୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବରଗଡ଼ :- ଆଉ ମାତ୍ର ୪୮ଘଣ୍ଟାର ଅପେକ୍ଷା । ବରଗଡ଼ରେ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବିରାଟ ଧନୁଯାତ୍ରା ମହୋତ୍ସବ । ଏଥିପାଇଁ ନିଆରା ଢଙ୍ଗରେ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଓ ଧନୁଯାତ୍ରା ମହୋତ୍ସବ ସମିତି ମିଳିତ ଉଦ୍ୟମରେ ରଙ୍ଗୋଲି ମହୋତ୍ସବ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । 
ଧନୁଯାତ୍ରା ପୌରାଣିକ କଥାବସ୍ତୁ ଉପରେ ଆଧାରିତ ରଙ୍ଗୋଲି ମହୋତ୍ସବରେ ଜିଲ୍ଲାର ୩୬ଟି ସ୍କୁଲ ଓ କଲେଜର ୪୦୦ଛାତ୍ରୀ ଭାଗ ନେଇଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ ବିଭିନ୍ନ ସ୍କୁଲ କଲେଜର ୧୨୦ଜଣ ଚିତ୍ର କାରିଗର । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତନିର୍ହିତ ଶକ୍ତିର ପ୍ରତିଭାକୁ ବିକଶିତ କରିବା ପାଇଁ ଧନୁଯାତ୍ରା ମହୋତ୍ସବରେ ରଙ୍ଗୋଲି ଓ ଚିତ୍ରାଙ୍କନ ପିଲାଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ । ଦୁଇ ବର୍ଷ ପରେ ପୁଣିଥରେ ଧନୁଯାତ୍ରା ଆସୁଥିବାରୁ ବରଗଡ଼ ଜିଲ୍ଳାବାସୀ ଓ ପ୍ରତିଯୋଗୀଙ୍କୁ କରିଛି ବେଶ ଉତ୍ସାହିତ …

