Home ଓଡ଼ିଶା ରାସ୍ତା ସାଇଡି ପାଲିଟିଛି ଡ୍ରମ୍ପିଂୟାଡ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ମୁଖ୍ୟ ବଜାର ଏବଂ ବସଷ୍ଟେଣ୍ଡ୍ ସଫା କରିବା ପାଇଁ ୪ ଜଣ ଝାଡୁଦାର ନିୟୁକ୍ତି ହୋଇଛନ୍ତି । ଗ୍ରାମର ସମସ୍ତ ଓଳିଆ ସଫା କରି ଝାଡୁଦାରମାନେ ଏହି ଓଳିଆକୁ ହାଇସ୍କୁଲ ଓ ମୁଖ୍ୟ ରାସ୍ତାରେ ଖ୍ରୀଷ୍ଟିଆନସାହି ଅଙ୍ଗନବାଡି କେନ୍ଦ୍ର ନିକଟରେ କଡରେ ଓଳିଆ ସମସ୍ତ ଓଳିଆ ଦୀର୍ଷବର୍ଷ ଧରି ପକାଯାଉଛି । ଯାହାଫଳରେ ଆର୍ଡି ,ଏମ୍ ଆଇ,ଅଫିସ, ଉଦ୍ୟାନ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର , କୃଷି ଅଫିସ, ଜେଲ୍,RWSS ବିଭାଗ ଓ ହାଇସ୍କୁଲ ଯାତାୟତ କରୁଥିବା ଛାତ୍ର ଛାତ୍ରୀ ମାନେ ଏବଂ ସାଧାରଣ ଲୋକମାନେ ଯାତାୟତ କରିବାରେ ଅସୁବିଧା ସମୁଖିନ ହେଉଛନ୍ତି । କାରଣ ପକାଇଥିବା ଓଳିଆ ଗୁଡିକୁ ଗ୍ରାମର ଗାଇ, ବଳଦ ଓ କୁକୁର ମାନେ ଖାଦ୍ୟ ସଂଗ୍ରହ କରି ଓଳିକୁ ରାସ୍ତା ଉପରେ ଆଣି ପକାଇଦିଅନ୍ତି । ଏହାସହ ବର୍ଷାହେଲେ ଏହି ଓଳିଆ ଗୁଡିକୁ ପାଣି ପଡି ପୋଚି ଦୁର୍ଗନ୍ଧ ହୁଏ । ଯାହାଫଳରେ କମଳମତି ପିଲାମାନେ ରାସ୍ତାରେ ଯାତାୟତ କରିବାରେ ଅସୁବିଧା ଘୋଗୁଛନ୍ତି । ଏହାକୁ ଆଖି ଆଗରେ ରଖି RWSS ବିଭାଗରେ ସ୍ବଛ ଭାରତ ଅଭିଯାନରେ ୪୦ ହଜାର ଟଙ୍କା ଖର୍ଚକରି ଗ୍ରାମର ହାଟପଦା ଠାରେ ଜୈବ ବିଘଟନ ଆବର୍ଜନା କୁଣ୍ଡ ନିର୍ମାଣ କରାଯାଇଛି । ପ୍ରଥମ କୁଣ୍ଡରେ ପରିବା ଚୋପା, କାଗଜ ଓ ବଳକା ଖାଦ୍ୟ ଓ ଦୁତିୟ କୁଣ୍ଡରେ ସୁଖିଲା ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ ବୋତଲ, ପଲିଥିନ୍ ଓ ଲୁହା ସାମାଗ୍ରୀ ପକାଇବା ନିର୍ମାଣ କରାଯାଇଥିଲା । ନିର୍ମାଣ ହେବାର ୫ ମାସ ରୁ ଉଦ୍ଧ୍ବ ହେଲାଣି ମାତ୍ର ଆଜିସୁଧା କର୍ଯ୍ୟକାରୀ ନ ହୋଇ ପଡି ରହିଛି । ଏହା ଏବେ ନଷ୍ଟ ହେବାକୁ ଗଲାଣି ଏଥିସହ ତାର ପାଖରେ ଏକ ମଣିଷ ଉଚର ବଡ ଗାତ ଖୋଲା ଯାଇଛି । ସେହି ଗାତରେ ଗ୍ରାମର ଗାଇ ଓ ବଳଦ ଖାଲ ପଡି ଆକ୍ରାନ୍ତ ହେଉଥିବାର ଅଭିଯୋଗ ହେଉଛି । ସ୍ବଛ ଭାରତ ଅଭିଯାନ ତରଫରୁ ଏତେ ଟଙ୍କା ଖର୍ଚକରି ନିର୍ମାଣ ଡମ୍ପିଂ ୟାଡ ଅକାମିଆରେ ପଡିଛି ମୁଖ୍ୟ ରାଜପଥରେ କଡରେ ଝାଡୁଦାରମାନେ ଗ୍ରାମର ଓଳିଆ ପକାଇବା ଦ୍ବାରା ଲୋକଙ୍କ ନିଜନିଜ କାମ ଏବଂ ବିଦ୍ୟାଳୟ ପିଲାମାନେ ପାଠ ପଢିବାକୁ ପୋଚକା ଓ ଦୁଗନ୍ଧ ଭିତରେ ଯିବାକୁ ପଡୁଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026 ଦକ୍ଷତା ବିକାଶକୁ ନେଇ ବିଜେପି ସରକାରଙ୍କୁ ବିଜେଡିର ତୀବ୍ର ସମାଲୋଚନା by Proprietor Abhimanyu Maharana October 15, 2026