Home ଓଡ଼ିଶା ଗଜପତି ଜିଲ୍ଲା ଗ୍ରାହକ ପଞ୍ଚାୟତ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍କମ୍ପ୍ୟୁଟର ଶିକ୍ଷ୍ୟା କେନ୍ଦ୍ର ଠାରେ ଜାତୀୟ ଖାଉଟି ଦିବସ ପାଳିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ୟୁ ଟେକ କମ୍ପ୍ୟୁଟର ସେଣ୍ଟର ଠାରେ ଗ୍ରାହକ ପଞ୍ଚାୟତ ଗଜପତି ତରଫରୁ ଜାତୀୟ ଖାଉଟି ଦିବସ ପାଳିତ ହୋଇ ଯାଇଛି । ଉକ୍ତ ସଚେତନ ସଭାରେ ଏକ ଶହରୁ ଅଧିକ ସଚେତନ ଗ୍ରାହକ ଭାଗ ନେଇଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଏଲ.ଆଇ.ସି ର ଶାଖା ପରିଚାଳକ ଦୀପ ନାରାୟଣ ମିତ୍ର ,ମୁଖ୍ୟ ବକ୍ତା ଭାବେ ଡକ୍ଟର ଭୁବନେଶ୍ୱର ପଟ୍ଟନାୟକ,ଗ୍ରାହକ ପଞ୍ଚାୟତର ସଭାପତି ହରି ମୋହନ ପଟ୍ଟନାୟକ, ଗ୍ରାହକ ପଞ୍ଚାୟତର ସମ୍ପାଦକ ଡକ୍ଟର ମଧୁସୂଦନ ନାୟକ,ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସଙ୍ଘଠନର ସମ୍ପାଦକ ବିଘ୍ନରାଜ୍ ପଣ୍ଡା, ଉକ୍ତ ସଭାରେ ବ୍ୟାଙ୍କିଙ୍ଗ ଲୋକପାଳ ବୀମା ଲୋକ ପାଳଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା । ଏହା ସହ ବୀମା ସପ୍ତାହ, ସାମୁହିକ ବୀମା ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ଏହା ସହ ଏଲ ଆଇ ସି ଓ ଏସ ବି ଆଇ ଦ୍ୱାରା ଚାଳିତ ସାମୁହିକ ବୀମାର ବ୍ୟବସ୍ଥା ଉପରେ ଆଲୋଚନା କରାଗଲ । ଏତଦ ବ୍ୟତୀତ ଫୋନ ମାଧ୍ୟମରେ ଗ୍ରାହକ ମାନଙ୍କୁ ଏ.ଟି.ଏମ୍ ଓ ଗ୍ୟାସ ସମ୍ବନ୍ଧିୟ ଲୋକଙ୍କୁ ହଇରାଣ ହରକତ ବିଷୟ ନେଇ ଆଲୋକପାତ କରାଗଲା । ଉକ୍ତ କାର୍ଯ୍ୟକ୍ରମକୁ ରାମ ଚନ୍ଦ୍ର ଦାସ,ଲୋକ ନାଥ ମିଶ୍ର, ଜୟ କୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିଲେ । ଶେଷରେ ଗ୍ରାହକ ପଞ୍ଚାୟତ ର ସଦସ୍ୟ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026