ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ବୃକ୍ଷ ରୋପଣ

ଓଡିଶା ତାଜା ନ୍ୟୁଜ୍‌ (୦୬ ଜୁନ୍ ଶନିବାର) ନୟାଗଡ :- ଜୁନ୍ ୫ ତାରିଖ ବିଶ୍ବ ପର୍ଯ୍ଯାବରଣ ଦିବସ । ଏହି ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର,ନୟାଗଡ଼ ତରଫରୁ ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ହାଉସିଂ ବୋର୍ଡ ନିକଟରେ ଗଢ଼ି ଉଠିଥିବା ବିଦ୍ଯାଳୟର ନିଜସ୍ବ ଯାଗାରେ ଏହି ଗଛଲଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆମ୍ବ,କଦଳୀ,ବେଲ,ସଜନା,ଡାଳିମ୍ବ,ପଣସ, ତୁଳସୀ,ଟଗର ଆଦି ବିଭିନ୍ନ ଗଛ ଗୁଡିଏ ରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ହରିହର ପାତ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସନ୍ତୋଷ କୁମାର ନାୟକ,ନିରଜଂନ ପାତ୍ର,ଗାୟତ୍ରୀ ମହାପାତ୍ର, ଜଗତ କଲ୍ଯାଣ କାଶ୍ଯପ, ପ୍ରିୟମ୍ବଦା ମହାପାତ୍ର,ଶୋଭାରାଣୀ ସାହୁ, କାଳିଚରଣ ଡାକୁଆ, ହର୍ଷବର୍ଦ୍ଧନ ସାହୁ ଆଦି ବହୁ ସଭ୍ଯ ଓ ଗୁରୁଜୀ ଗୁରୁମା ଯୋଗଦେଇ ଥିଲେ । ବିଶ୍ବ ପରିବେଶ ଦିବସ ଅବସରରେ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସର୍କିଟ୍ ହାଉସ୍ ନିକଟରେ ଗଢ଼ି ଉଠିଥିବା ଭାରତ ବିକାଶ ପରିଷଦର ନିଜସ୍ବ ଭବନ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବଉଳ, ଚମ୍ପା, ପିଜୁଳି, ବେଲ ଆଦି ଗଛ ଗୁଡିଏ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶାଖା ଅଧ୍ଯକ୍ଷ ବିଦ୍ଯାଧର ଆଚାର୍ଯ୍ୟ, ସଚିବ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ନବୀନ ଚନ୍ଦ୍ର ସାହୁ ଏବଂ ଓଡ଼ିଶା, ପଶ୍ଚିମ ବଙ୍ଗ, ଝାଡଖଣ୍ଡ, ବିହାର ଆଦି ୪ଟି ରାଜ୍ଯକୁ ନେଇ ଗଠିତ ପୂର୍ବକ୍ଷେତ୍ରର କ୍ଷେତ୍ରୀୟ ସଂପାଦକ ଶ୍ରୀଧର ସାହୁ ଯୋଗ ଦେଇଥିଲା ବେଳେ ବରିଷ୍ଠ ସଦସ୍ଯ ପ୍ରଫେସର ହରପ୍ରସାଦ ମହାପାତ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ,ପ୍ରସନ୍ନ କୁମାର ବସନ୍ତିଆ, ଅନାଦିଚରଣ ମହାନ୍ତି, ପ୍ରଫୁଲ୍ଲ କୁମାର ନାୟକ, ସୌଦାମିନୀ ସ୍ବାଇଁ, କାମାକ୍ଷା ପ୍ରସାଦ ଦାସଦାସ ଆଦି ବହୁ ସଭ୍ଯ ଯୋଗ ଦେଇଥିଲେ । ସୂଚନା ଥାଉକି ଗତବର୍ଷ ଆଜିର ଦିନରେ ଆମ ଶାଖାକୁ ସରକାର ” ପ୍ରକୃତିମିତ୍ର” ପୁରଷ୍କାର ପ୍ରଦାନ କରିଥିଲେ । (ରିପୋର୍ଟ – ରାମକୃଷ୍ଣ ରଥ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version