୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲାର ଆର,ଉଦୟଗିରି, ନୁଆଗଡ ଓ ମୋହନା ବ୍ଲକ ଅଞ୍ଚଳରେ ସରକାରରଚାଷୀ ମାନଙ୍କୁ ଠାରୁ ମକା କ୍ରୟ କରୁନଥିବା ସହ ସରକାରୀ ସୁବିଧା ନଥିବାରୁ ଚାଷୀ ହଟହଟା ହେବା ସହ ଖଳାରେ କୁଏଣ୍ଟାଲ୍ କୁଏଣ୍ଟାଲ୍ ମକାପଡି ରହିଛି ଏହାର ସୋଜଗ ନେଇ ଏହି ଅଞ୍ଚଳର ଦଳାଲ ବେପାରିମାନେ ମକାକୁ ସାଗ ମାଛ କିଣାଯାଉଛି ଏବଂ ମକା କ୍ରିୟ ଆଳରେ ଚାଷୀମାନଙ୍କୁ ଓଜନରେ ଠକୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରନ୍ତି । ସରକାର ଚାଷୀଙ୍କ ଉନ୍ନତିପାଇଁ ଅନେକ ଯୋଜନା ହାତକୁ ନେଉଛନ୍ତି । ବିଭିନ୍ନ ପ୍ରକାର ରଥ ଦ୍ବାରା ଗାଁ ଗାଁ ବୁଲି ଯୋଜନାର ଫାଇଦା ହସଲ ପାଇଁ ସଚେତନ ବି କରୁଛନ୍ତି ।
କିନ୍ତୁ ପ୍ରକୃତ ପକ୍ଷ ତୂଣମୂଳ ସ୍ତରରେ ଯୋଜନାଗୁଡିକର ସଫଳତା ପହଞ୍ଚିପାରୁନଥିବାରୁ ଚାଷୀ ଯାଥାପୂର୍ବଂ ତଥା ପରଂ ଦଶା ଭୋଗ କରୁଛନ୍ତି । ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ଏପରି କିଛି ଚିତ୍ର ଦେଖୀବାକୁ ମିଳିଛି । ଏଠାରେ ଅଧ୍ୟକାଂଶ ଲୋକ ଜୀବିକା ନିର୍ବାହ ପାଇଁ ଚାଷ କାର୍ଯ୍ୟ ଉପରେ ନିର୍ଭର କରନ୍ତି । ଏଠାକାର ପରିବେଶ ମକା ଚାଷ ପାଇଁ ଅନୁକୁଳ ଥିବାରୁ ସ୍ଥାନୀୟ ଚାଷୀ ବହୁ ସଂଖ୍ୟାରେ ମକା ଚାଷ କରିଥାଆନ୍ତି । କିନ୍ତୁ ପ୍ରତିଶ୍ରୃତି ମୁତାବକ ସରକାର ଚାଷୀ ମାନଙ୍କ ଠାରୁ ମକା କିଣୁନଥିବାରୁ ସେମାନେ ନିଜ ନିଜ ମକାକୁ ବାହର ଦଳାଲ ବେପାରିଙ୍କୁ ବିକ୍ରିକରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏଥୀରେ ସେମାନେ ନିଜ ଦାବି ମୁତାବକ ଟଙ୍କା ପାଇପାରୁନଥୀବାରୁ କ୍ଷତିର ସମୁଖୀନ ହେବାକୁ ପଢୁଛନ୍ତି । ଗଜପତି ଜଲ୍ଲାର ଚାରିଗୋଟି ଆଇ ଟି ଡି ଏ ବ୍ଲକର ଅଧ୍ୟକାଂଶ ଗ୍ରାମ ପଦର ଜମି ରହିଥବା ହେତୁ ଆଜକୁ ପ୍ରାୟ ୨୦ ବର୍ଷ ଊଦ୍ଧ ଧରି ଏହି ଅଞ୍ଚଳର ଲୋକମାନେ ମକା ଫସଲ କରି ବର୍ଷ ତମାମ ନିଜ ନିଜର ପରିବାର ପତି ପଶଣ କରିବାଲାଗି ଦାନା ସଂଗ୍ରହ କରୁଥର୍ବାବେଳେ ସରକାରଙ୍କ ତଫରୁ ମକା କ୍ରୟ କରିବା ପାଈଁ କୌଣସି ବେବସ୍ଥା ହୋଇ ନଥିବାରୁ ଚାଷି କ୍ଷତିର ସମୁଖିନ ହୋଉଛନ୍ତି । ଧାନ କ୍ରୟ କରିବାପାଇଁ ଯେଉଁ ଭଳି ବିଭିନ୍ନ ସ୍ଥାନରେ ବା ଜିଲ୍ଲା ମାନଙ୍କରେ ମଣ୍ଡି ଦ୍ବାରା ସରକାର ବ୍ୟବସ୍ଥା କରୁଛନ୍ତି ସେହିଭଳି ମକା କିଣିବା ପାଇଁ ଜିଲ୍ଲାରେ ସରକାର କୌଣସି ଦୃଷ୍ଟି ଦେଉନଥୀବା ଚାଷୀମାନେ ଅଭିଯୋଗ କରିଛନ୍ତି । ଯଦିଓ ମକା କିଣିବା ପାଈଁ ଆର୍,ଉଦୟଗିରିରେ ଏହି ତିନୋଟି ବ୍ଲକ ପାଈଁ ମଣ୍ଡି ଗୃହ କାମ ସରିଛି କିନ୍ତୁ ଜିଲ୍ଲ ପ୍ରଶାସନର ଦ୍ବାୟିତ୍ବ ହୀନତା ଯୋଗୁ ଉକ୍ତ ମଣ୍ଡି କୋଠା ବତମାନ ସୁଧ ଆରମ୍ଭ ନହୋଇ ଭୂତ କୋଠରି ପରିଣତ ହୋଇଥିବାରୁ ସାଧାରଣରେ ଅସନ୍ତ ଷ୍ଟ ବୃନ୍ଧି ପାଉଛି ଉକ ମଣ୍ଡି କାର୍ଯକାରି ନହୋଇ ପଡିରହିଥିବାରୁ ତାର ସୁଯୋଗ ନେଇ ଦଲାଲ ବେପାରି ମାନେ କମ ଦରରେ ବେପାରି ତଥା ସାଉକାର ମାନେ ଚାଷିଙ୍କ ଠାରୁ ମକା କିଣିନେଉଛନ୍ତି ଚାଷି ମାନେ ତାହାର ଉଚିତ୍ ମୂଲ୍ଲ ନପାଈଁ ନିରାଶ ହେଉଛନ୍ତି ।ସରକାର ମକା କୁଇଟଲ ପିଛା ୨୨୦୦ ଟଙ୍କା ଘୋଶଣା କରିଥିବା ବେଳେ ମକା କ୍ରିୟ କରିବାକୁ କୋଣସି ବୋବସ୍ଥା ନଥିବାରୁ ବାଧ୍ୟ ହୋଇ ଚାଷିମାନେ ୧୪୦୦ ରୁ ୧୫୦୦ ଟଙ୍କାରେ ସାଉକାର ମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

