Home ଓଡ଼ିଶା ମୋଟର ସାଇକେଲରୁ ଖସିପଡ଼ି ମା’ଙ୍କ ମୃତ୍ୟୁ : ଅଳ୍ପକେ ବର୍ତ୍ତିଲେ ଛୋଟ ଝିଅ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୪ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲାର ଫୁଲବାଣୀରୁ ଗୋଛାପଡା କୌଣସି କାମରେ ଫୁଲବାଣୀ ସାହି ଅଞ୍ଚଳର ଦିଲ୍ଲୀପ କୁମାର ମହାନ୍ତି ,ତାଙ୍କ ସ୍ତ୍ରୀ କିରଣବାଳା ପଟ୍ଟନାୟକ ଏବଂ ଝିଅ ଯାଉଥିବା ବେଳେ ଲୋହରାସାହି ନିକଟରେ ଦିଲ୍ଲୀପଙ୍କ ସ୍ତ୍ରୀ ଆପାଚି ମୋଟର ସାଇକେଲରୁ ଖସି ପଡିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଏକ ଅଟୋ ରିକ୍ସା ଯୋଗେ ଆଣି ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ସୌଭାଗ୍ୟ କ୍ରମେ ସେ ଧରିଥିବା ଦେଢ ବର୍ଷର ଝିଅକୁ କୌଣସି ଆଘାତ ଲାଗିନାହିଁ । ଦିଲ୍ଲୀପଙ୍କ ଭାଇ ଶ୍ରୀକାନ୍ତଙ୍କ ଏତାଲା ଆଧାରରେ ଗୋଚ୍ଛାପଡା ଥାନାରେ ଏ ନେଇ ୧୭୨/୨୨ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୂନୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ,ଯେ, ମାତ୍ର ୨ ବର୍ଷ ତଳେ କିରଣବାଳା ଓ ଦିଲ୍ଲୀପଙ୍କ ବିବାହ ହୋଇଥିଲା । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଅଧିକ ତଦନ୍ତ ଜାରି ରହିଛି ବୋଲି ତଦନ୍ତ କାରୀ ଅଧିକାରୀ ସୁଶୀଲ କୁମାର ବେହେରା କହିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026