ଦ୍ବାଦଶ ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ; ସଂପୁର ଟିମ ବିଜୟୀ

୨୪ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ଼ :- ବୋଲଗଡ଼ ବ୍ଲକ୍ ସଂପୁର ଗ୍ରାମର ବାଲୁଙ୍କେଶ୍ୱର ରାଇଜିଂ ଷ୍ଟାର୍ କ୍ରିକେଟ କ୍ଳବ୍ ଆନୁକୂଲ୍ୟ ରେ ଦ୍ଵାଦଶ ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସପ୍ତମ ଲିଗ ମ୍ୟାଚ ସ୍ଥାନୀୟ ଟାଙ୍ଗୀ ପଡ଼ିଆ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆୟୋଜକ ସଂପୁରର ବାଲୁଙ୍କେଶ୍ବର ରାଇଜିଂଷ୍ଟାର କ୍ରିକେଟ କ୍ଲବ ଦରଦାର ମା ମହିଷାସୁଣୀ କ୍ରିକେଟ କ୍ଲବକୁ ଶ୍ରୀ ଲୋକନାଥ କ୍ରିକେଟ କ୍ଲବକୁ ପରାସ୍ତ କରି କ୍ବାର୍ଟର ଫାଇନାଲ କୁ ଉନ୍ନିତ ହୋଇଛି।ପ୍ରଥମେ ଟସ ଜିତି ଦରଦାର ମା ମହିଷାସୁଣୀ କ୍ରିକେଟ କ୍ଲବ ବ୍ୟାଟିଂ ନିଷ୍ପତ୍ତି ନେଇ ୧୬ ଓଭର ଖେଳି ସମସ୍ତ ଉଇକେଟ ହରାଇ ୮୨ ରନ ସଂଗ୍ରହ କରିଥିଲା ।

ଜବାବରେ ବାଲୁଙ୍କେଶ୍ବର ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଲବ ୧୫.୨ ଓଭର ରେ ୮୩ ରନ କରି ବିଜୟ ହାସଲ କରିବା ସହ କ୍ବାର୍ଟରଫାଇନାଲ ପ୍ରବେଶ କରିଛି। ଆଜିର ଏହି ମ୍ୟାଚଟିକୁ ଅତିଥି ଭାବେ ଫାସିଓଦା ସମିତିସଭ୍ୟ ଖବରଦାତା ପ୍ରଦୀପ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବେହେରା ଓ ଅବସର ଶିକ୍ଷକ ପ୍ରସନ୍ନ କୁମାର ମହଲା ପ୍ରମୁଖ ଯୋଗ ଦେଇ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଭଗବାନ ମଙ୍ଗରାଜ ଓ ଲକ୍ଷ୍ମୀଧର ପ୍ରଧାନ ମ୍ୟାଚଟିରେ ଆମ୍ପେୟାରିଙ୍ଗ କରିଥିବା ବେଳେ ଶାନ୍ତନୁ ଛୋଟରାୟ ଖେଳ ଧାରାବିବରଣୀ ପ୍ରଦାନ କରିଥିଲେ । ଆୟଜକ କ୍ଲବର ସଦସ୍ୟ କାଳିଆ ,ବାବୁଲା, ବୁଲୁ ,ମାନିଆ, ସାଗର ,ଆକୁଳି, ରଘୁ ,ଦିପୁ ଓ ଗ୍ରାମର ଯୁବକମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Exit mobile version