ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏନ୍ ଏସ ଏସ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

୨୪ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୀତକାଳୀନ ଏନ୍ ଏସ ଏସ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପିଲାମାନଙ୍କ ମଧ୍ୟରେ ସେବା ମନୋବୃତ୍ତି ସୃଷ୍ଟି ହେବା,ଲୋକମାନଙ୍କୁ ପରିସ୍କାର, ପରିଚ୍ଛନ୍ନତା ଉପରେ ସଚେତନତା କରିବା ଆଦି ଉଦ୍ଦେଶ୍ୟ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିବା ଶିକ୍ଷା ଅଧ୍ୟାପକ ତଥା ଏନ୍ ଏସ ଏସ ର ଯୋଜନା ଅଧିକାରୀ ଜୟକୃଷ୍ଣ ସାହୁ କହିଛନ୍ତି । ଏହି ଶିବିରରେ ୫୦ ଜଣ ଛାତ୍ର ଅଂଶଗ୍ରହଣ କରିଛନ୍ତି । ଏହି ଶିବିର କୁ ସହଯୋଗ କରିଛନ୍ତି ରାଜନୀତି ବିଜ୍ଞାନ ଅଧ୍ୟାପକ ସତ୍ୟ ସ୍ୱାଗତ ସାହୁ ଏବଂ କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ଖଣ୍ଡୁଆଳ । ଏହି ୭ ଦିନିଆ ଏନ୍ ଏସ ଏସ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆସନ୍ତା ୨୯ ତାରିଖ ଗୁରୁବାର ଦିନ ଉଦଯାପିତ ହେବ ବୋଲି ଯୋଜନା ଅଧିକାରୀ ତଥା ଶିକ୍ଷା ଅଧ୍ୟାପକ ଜୟକୃଷ୍ଣ ସାହୁ କହିଛନ୍ତି ।ଏହି ପ୍ରଶିକ୍ଷଣ ଶିବିର ରେ ଅଂଶ ଗ୍ରହଣ କରିଥିବା ଛାତ୍ର ମାନେ ସେବା ମନୋବୃତ୍ତି କୁ ନେଇ ଅଧିକ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ନୂଆଗାଁ ନୂଆସାହି ପରିବେଶ,ଜଳାଶୟ ଆଦି ପରିସ୍କାର , ପରିଚ୍ଛନ୍ନତା ଏନ୍ ଏସ ଏସ ଛାତ୍ର ମାନଙ୍କ ଦ୍ଵାରା କରାଯିବା ସହ ଲୋକମାନଙ୍କୁ ସଚେତନ କରାଯିବା ର କାର୍ଯ୍ୟକ୍ରମ ରହିଛି ।

Exit mobile version