୨୪ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର.ଉଦୟଗିରି :- ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ଆପଦା ଅଧିକାରୀଙ୍କ ଅଧ୍ୟକ୍ଷାରେ ତୃତୀୟ ପର୍ଯ୍ୟାୟ ୧୨ ଦିନଆ ଆପଦା ମିତ୍ର ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ପୂର୍ବରୁ ଚୟନ ହୋଇଥିବା ୨୮ଜଣ ଯୁବକ ଏବଂ ଯୁବତୀ ୧୨ ଜଣ ଯୋଗ ଦେଇ ଆବଶ୍ୟକ ଜ୍ଞାନ ଆପଦରେ ନିଜେ ପଡିଥିଲେ କିମ୍ବା ଅନ୍ୟ କେହି ପଡିଥିଲେ 
କେଉଁ ଉପାୟ ଆପଣାଇ ଉଭୟଙ୍କୁ ଏଥିରୁ ସୁରକ୍ଷିତ ରଖିପାରିବେ ସେ ନେଇ ଯଥେଷ୍ଟ ଜ୍ଞାନ ଆହରଣ କରିବାକୁ ଜିଲ୍ଲା ଅଧିକାରୀ ପ୍ରଦେଶ ତଥପଥି, ଜିଲ୍ଲା ଜରୁରୀ କାଳୀନ ଅଫିମର ପ୍ରବସ କୁମାର ବେଉରା, ଏଡିଏମ ସଂଗ୍ରମ ପଣ୍ଡା ଓ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରଣ ଶବର ଏବଂ ଶନିବାର ଜିଲାରୁ ସଂଗ୍ରମ ପଣ୍ଡା ଓ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ ଏରାମର୍ଶ ଦେଇଥିଲେ । ତେବେ ଏଭଳି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶୁଙ୍ଖଳା ଜ୍ଞାନ ସହ ଶିଖିବା ମନୋଭାବ ରହିବା ଦରକାର ବୋଲି ଅତିଥିଗଣପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେଳ ଓଡ୍ରାଫ୍, ସିଭିଲ୍ ଡିଫେନସ୍ ଓ ଦମକଳ କେନ୍ଦ୍ର କର୍ମଚାରୀମାନେ ଯୋଗ ଦେଇ ବିଭିନ୍ନ କୌଶଳ ଶିଖାଇଥିଲେ କାର୍ଯ୍ୟକ୍ରମକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦୟଭାନୁ ପରିଚାଳନା କରିଥିଲେ ।

