୨୪ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା, ଗୁଡାରୀ ବ୍ଲକ ଅନ୍ତର୍ଗତଃ ଡେପବାକିଟି ସାହି ର ନିଖୋଜ ଝିଅ ଟିକୁ ଆଜି ପର୍ଯ୍ୟନ୍ତ ଖୋଜିପାରୁନଥିବା ପୋଲିସ୍ ପ୍ରଶାସନ୍ କୁ ପୁନଶ୍ଚ ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି କରିବା ପାଇଁ ବନ୍ଦ ଡାକରା ପାଳନ କରିଛି ସିପିଆଇ(ଏମେଲ୍)ଲିବରେସନ୍ ଓ ଅଖିଳ ଭାରତ ପ୍ରଗତିଶୀଳ ମହିଳା ସଂଘ । ଗତ ୧୧ ତାରିଖରେ ଗୁଡ଼ାରୀ ବ୍ଲକର ଜୈନିକବ୍ୟକ୍ତି ଗୁଡୁଲା ଭେଙ୍କେଟ୍ ରାଓଙ୍କ ଝିଅ ଗୁଡୁଲା ସାଇ ସ୍ଵରୁପା ସନ୍ଧ୍ୟା 6 ଘଣ୍ଟିକା ସମୟରେ ନିଖୋଜ ହୋଇଯାଇଥିଲେ । ଯାହାକୁ କେନ୍ଦ୍ର କରି ସାଇସ୍ୱରୂପା ଙ୍କ ଅଭିଭାବକ ସ୍ଥାନୀୟ ଥାନା ରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ତେବେ ଅଭିଯୋଗ ଟିର ସଠିକ୍ ତଦନ୍ତ କରି ଆଜି ପର୍ଯ୍ୟନ୍ତ ପୋଲିସ୍ ପ୍ରଶାସନ ନିଖୋଜ ଝିଅ ଟିକୁ ଖୋଜି ବାହାର କରିବାରେ ସକ୍ଷମ ହୋଇନାହିଁ ।
ଏଣୁ ସିପିଆଇ(ଏମେଲ୍)ଲିବରେସନ୍ ପ୍ରଗତିଶୀଳ ମହିଳା ସଂଘ (ଏଆଇପିଡ୍ବଲିଓଏ)ତରଫରୁ ସାଇ ସୂରୁପା କିପରି ନିଖୋଜ ହୋଇଛି ନା ତାକୁ ଅପହରଣ କରାଯାଇଛି ..? ଏହାକୁ ନେଇ ପୋଲିସ ସଠିକ୍ ତଦନ୍ତ କରି ନାବାଳିକା ଝିଅ ଟିକୁ ତୁରନ୍ତ ଉଦ୍ଧାର କରିବା ଦାବିରେ ଗୁଡାରୀ ବ୍ଳକ୍ ଶିରୀଗୁଡା ଛକ ଓ କଲେଜ୍ ଓ ଝିଲିମିଲି ଛକ ଠାରେ ଚକା ବନ୍ଦ ଆନ୍ଦୋଳନ କରାଯାଇଛି । ସହର ପରିକ୍ରମା କରିବା ପରେ ଝିଲିମିଲି ଛକରେ ଏକ ପ୍ରତିବାଦ ସଭା ମଧ୍ୟ କରାଯାଇଥିଲା । ପୋଲିସ୍ ତଦନ୍ତ କୁ ପ୍ରତିବାଦରେ ଏକ ବିଶାଳ ଶୋଭା ଯାତ୍ରା ବାହାରି ଗୁଡାରୀ ଥାନା ଆଇଆଇସି ଶ୍ରୀ ଦିନବନ୍ଧୁ ଶବରଙ୍କ ଜରିଆରେ 3 ଦଫା ଦାବି ନେଇ ଏସ୍. ପି ଙ୍କୁ ପ୍ରଦାନ କରାଗଲା । ତେବେ ଉକ୍ତ ପ୍ରତିବାଦ ଆନ୍ଦୋଳନରେ ଆଜି ଦୋକାନ, ବଜାର, ସ୍କୁଲ୍, କଲେଜ୍, ବସ୍ ଚଳାଚଳ, ବ୍ୟାଙ୍କ ଇତ୍ୟାଦି ସମସ୍ତ କାର୍ଯ୍ୟାଳୟ ସକାଳ ୬ ଟା ରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ଡାକରାରେ ବୃନ୍ଦାବନ ବିଡିକା,ତ୍ରୀପତୀ ଗମାଙ୍ଗ,ସମ୍ଭାଳି ଶବର,ଲକ୍ଷ୍ମୀ ଶବର,ଭାନୁମତୀ ଶବର ପ୍ରମୁଖ ଉପସ୍ଥିତ ଥିଲେ ।

