୨୪ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ୧୦ମ ବାର୍ଷିକ କ୍ରୀଡା ଉତ୍ସବ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ରୀଡା ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ରୀନା ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍ଘାଟନ କରି ଛାତ୍ରୀ ମାନଙ୍କୁ ବିଦ୍ୟାର୍ଥୀ ଜୀବନରେ କ୍ରୀଡାର ଉପଯୋଗୀତା ସଂପର୍କରେ ଅବଗତ କରାଇ ଥିଲେ ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଛାତ୍ରୀମାନଙ୍କ ସହ ଉଦ୍ଘାଟନୀ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହୋଇ ପୁଟିଙ୍ଗ ଦି ସଟ୍ ପ୍ରତିଯୋଗୀତା\’ରେ ତିନି ରାଉଣ୍ଡ ସଟପୁଟ ଥ୍ରୋ କରି ପ୍ରତିଯୋଗୀତା ର ଶୁଭାରମ୍ଭ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ମଧ୍ୟ ଛାତ୍ରୀମାନଙ୍କୁ ଖେଳିବାର କିଛି କୌଶଳ ପ୍ରଦର୍ଶନ କରିଥିଲେ । ଯଦ୍ବାରା ମହାବିଦ୍ୟାଳୟର ସମସ୍ତ ଛାତ୍ରୀବୃନ୍ଦ ଉଲ୍ଲସିତ ଓ ଉତ୍ସାହିତ ହୋଇ ଥିଲେ ।ଏହି କ୍ରୀଡା ପ୍ରତିଯୋଗୀତା ଗୁଡିକ ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ମହିଳା ମହାବିଦ୍ୟାଳୟର ଗୃହ-ବିଜ୍ଞାନ ବିଭାଗର ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ସ୍ନାତକ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ପୂର୍ଣ୍ଣମାତ୍ରାରେ ଆନନ୍ଦର ସହ ସହଯୋଗ କରିଥିଲେ । ଏହି କ୍ରୀଡା ପ୍ରତିଯୋଗୀତାରେ ମୁଖ୍ୟତଃ ୧୦୦ ମିଟର ଦୌଡ ସମେତ ୨୦୦ ମିଟର ଦୌଡ , ପୁଟିଙ୍ଗ ଦି ସଟ୍ , ଡିସ୍କସ୍ ଥ୍ରୋ , ହାଇଜମ୍ପ , ଲଙ୍ଗଜମ୍ପ , ରିଲେ ରେସ୍ , ମ୍ୟୁଜିକାଲ୍ ଚେୟାର , ଜାଭେଲିନ୍ ଥ୍ରୋ ଇତ୍ୟାଦି ପ୍ରତିଯୋଗୀତା ସହ ମନୋରଞ୍ଜନ ପାଇଁ ଫେନସି ଡ୍ରେସ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା , ଯାହାକୁ କି ଉପସ୍ଥିତ ଦର୍ଶକ କୌତୁକ ସହ ଉପଭୋଗକରିଥିଲେ ଏହି ଦୁଇଦିନର ବାର୍ଷିକ କ୍ରୀଡା ଉତ୍ସବରେ ତିନିଶହରୁ ଉର୍ଦ୍ଧ୍ବ ଛାତ୍ରୀ ଯୋଗଦେଇ ସଂପୂର୍ଣ୍ଣ କ୍ରୀଡା ଦିବସକୁ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିଥିଲେ ।

