Home ଓଡ଼ିଶା ଆନ୍ତଃଗ୍ରାମ୍ୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ : ଇମତିୟାଜ୍ ଦ୍ରୁତତମ ଧାବକ,ସୁଚିସ୍ମିତା ଧାବିକା ମିନି ମାରାଥନ : ପୁରୁଷରେ ଦିପୁ ଓ ମହିଳାରେ ଦେବସ୍ମିତା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ :- କଟକ ସଦର ଅଞ୍ଚଳର ପ୍ରତିଷ୍ଠିତ ପୁରାତନ କ୍ରୀଡା ସଙ୍ଗଠନ “ଆନ୍ତଃଗ୍ରାମ୍ୟ କ୍ରୀଡା ପରିଷଦ”ର ୧୯ତମ ଦୁଇଦିନିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତାରେ ୬ଟି ବର୍ଗରେ ମୋଟ ୩୬ଟି ଇଭେଣ୍ଟରେ ଶତାଧିକ କ୍ରୀଡାବିତ୍ ଅଂଶଗ୍ରହଣ କରିଥିଲେ । କଟକ ଜିଲ୍ଲା କ୍ରୀଡା ସଂସଦ ସହିତ ଅନୁବନ୍ଧିତ ଥିବା ଏହି ପରିଷଦର ବାର୍ଷିକ କ୍ରୀଡା ପ୍ରତିଯୋଗିତାରୁ ଯୋଗ୍ୟ ବିବେଚିତ ହୋଇଥିବା ଅନେକ କ୍ରୀଡାବିତ ଆସନ୍ତା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କ୍ରୀଡାକୁ ପରିଷଦର ସଭାପତି ଲକ୍ଷ୍ମଣ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଏଥିରେ ସମିତି ସଭ୍ୟା ମମତା ବେହେରା , ପୂର୍ବତନ ସରପଂଚ ଅକ୍ଷୟ କୁମାର ସାହୁ, କ୍ରୀଡା ସଂଗଠକ ସମୀର ସେନାପତି ପ୍ରମୁଖ ଯୋଗଦେଥିଲେ । ୧୦୦ମିଟର ଦୌଡ ପୁରୁଷ ବର୍ଗରେ ଇମତିୟାଜ ଖାନ ଓ ମହିଳା ବର୍ଗରେ ସୁଚିଶ୍ମିତା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ୨୦୦ ଓ ୪୦୦ ମିଟର , ଜଭେଲିନ ଥ୍ରୋ,ଲଙ୍ଗଜମ୍ପ ଇତ୍ୟାଦି ଇଭେଣ୍ଟ ଗୁଡିକରୁ ଯୋଗ୍ୟ ବିବେଚିତ କ୍ରୀଡାବିତ ମନୋନୀତ ହୋଇଛନ୍ତି । ସ୍ଵତନ୍ତ୍ର ଭାବେ ଚାରିଶହ ମିଟର ଦୌଡରେ ଉଭୟ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦିପୁ ହାଲଦାର ଓ ଦେବସ୍ମିତା ମହାନ୍ତିଙ୍କୁ ବୃନ୍ଦାବନ ରାଉତରାୟ ମେମୋରିଆଲ ଟ୍ରଫି ପ୍ରଦନ କରାଯାଇଥିଲା । ସେହିପରି ଆନ୍ତଃଗ୍ରାମ୍ୟ କ୍ରୀଡା ପରିଷଦର ପ୍ରତିଷ୍ଠାତା ସଭାପତି , ବିଶିଷ୍ଟ କ୍ରୀଡାବିତ ତଥା ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ସ୍ବର୍ଗତ ବୃନ୍ଦାବନ ରାଉତରାୟଙ୍କ ସ୍ମୃତିରେ ତାଙ୍କ ପୁତ୍ର ଗଜପତି ଜିଲ୍ଲାର ଜିଲ୍ଲା ଓ ଦୌରାଜଜ ପ୍ରଣବ କୁମାର ରାଉତରାୟଙ୍କ ମୁଖ୍ୟ ପୃଷ୍ଠପୋଷକତାରେ ଅନୁଷ୍ଠିତ ହେଉଥିବା ବୃନ୍ଦାବନ ରାଉତରାୟ ସ୍ମୃତି ମିନି ମାରାଥନର ୭ମ ସଂସ୍କରଣ ଫକିରପଡା ଠାରୁ କୋଟୁଆଁ ଖେଳପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାକୁ କନ୍ଦରପୁର ଥାନା ଏସଆଇ ସୁଧୀର ବଳିୟାରସିଂହ ଓ ପୂର୍ବତନ ସରପଂଚ ଯତୀନ ରାଉଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶତାଧିକ କ୍ରୀଡାବିତ୍ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଶ୍ରେଷ୍ଟ ଦଶ ଜଣଙ୍କୁ ଟ୍ରଫି , ମାନପତ୍ର ଓ ନଗଦ ଅର୍ଥ ରାଶିରେ ପୁରସ୍କୃତ କରାଯାଇଥିଲା । ପୁରୁଷ ବର୍ଗରେ ଦିପୁ ହାଲଦାର ଓ ମହିଳା ବର୍ଗରେ ଦେବସ୍ମିତା ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପରିଷଦର ସଭାପତି ଲକ୍ଷ୍ମଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାର ଅବସରପ୍ରାପ୍ତ ନିର୍ଦ୍ଦେଶକ ପ୍ରଦୀପ କୁମାର ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗର ଅବସରପ୍ରାପ୍ତ ଉପ ନିର୍ଦ୍ଦେଶିକା ଚନ୍ଦ୍ରପ୍ରଭା ମହାନ୍ତି , ସୈନ୍ୟ ବାହିନୀର ଅବସରପ୍ରାପ୍ତ ଅଧିକାରୀ ତଥା କ୍ରୀଡା ସଂଗଠକ ଦିଲ୍ଲୀପ ଆଚାର୍ଯ୍ୟ ଓ ସଞ୍ଜୟ ସାହୁ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିବାବେଳେ ସଭାରେ ସ୍ବର୍ଗତ ରାଉତରାୟଙ୍କ ପୁତ୍ର ସାମ୍ବାଦିକ ତାପସ ରାଉତରାୟ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପରିଷଦର ମୁଖ୍ୟ ପ୍ରଶିକ୍ଷକ ରବୀନ୍ଦ୍ର ନାଥ ଭୋଇ ପରିଚାଳନା କରିଥିବାବେଳେ ସମ୍ପାଦକ ସମୀର ଖୁଣ୍ଟିଆ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଶେଷରେ କ୍ରୀଡା ସଂଗଠକ ଅଜୟ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ପତିତ ପାବନ ନାଥ, ବିଜୟ ରାଉତ,ପ୍ରକାଶ ଚନ୍ଦ୍ର ପୃଷ୍ଟି, ରିଙ୍କୁ ବେହେରା , ସଂଗୀତା ସେଠୀ , ଅଶୋକ ପରିଡ଼ା,ଦିବ୍ୟଜ୍ୟୋତି ମହାରଣା ପ୍ରମୁଖ ପରିଚାଳନା କରିଥିଲେ । Categories: ଓଡ଼ିଶା, କଟକ, କ୍ରୀଡ଼ା, ମହାନଗର, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026