Home ଓଡ଼ିଶା ୭୮ତମ ଅଲ ଇଣ୍ଡିଆ ରେଲୱେ ଫୁଟବଲ୍ ଚମ୍ପିଅନସିପ୍,ଦକ୍ଷିଣ ପୂର୍ବ ରେଲୱେର ବିଜୟ ହାସିଲ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଦକ୍ଷିଣ ପୂର୍ବ ରେଲୱେର ଶ୍ରୀ ଆର୍ ମଜୁମଦାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ | ଇଷ୍ଟର୍ନ ରେଲୱେ ରନର୍ସଅପ୍ ପଦ ପାଇଁ ରୌପ୍ୟ ପଦକ ଏବଂ ନଗଦ ପୁରସ୍କାର ଦିଆଯାଇଥିଲା | ଚିତ୍ତରଂଜନ ଲୋକୋ ମୋଟିଭ୍ ୱାର୍କସ (ସି ଏଲ ଡବ୍ଲୁ) ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ପାଇ ବ୍ରୋଞ୍ଜ ପଦକ ହାସଲ କରିଛି | ୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଇଷ୍ଟକୋଷ୍ଟ ରେଳୱେ ଖୋର୍ଦ୍ଧାରୋଡ଼ ଷ୍ଟାଡିୟମ୍ ଠାରେ ଚାଲିଥିବା ଅଲ୍ ଇଣ୍ଡିଆ ରେଲୱେ ଫୁଡବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜି ଇଷ୍ଟର୍ନ ରେଲୱେ ଏବଂ ଦକ୍ଷିଣ ପୂର୍ବ ରେଲୱେ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେଇଥିଲା | ଏଥିରେ ଦକ୍ଷିଣ ପୂର୍ବ ରେଲୱେ ୪-୨ରେ (ପେନାଲିଟ ସୁଟ୍ଆଉଟ୍) କରି ବିଜୟ ହାସିଲ କରିଛି | ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧାରୋଡ଼,ଦ୍ଵାରା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ୍ ଆୟୋଜିତ କରାଯାଇଥିଲା | ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟାଡିୟମରେ ଆୟୋଜିତ ଏହି ୭୮ତମ ଅଲ ଇଣ୍ଡିଆ ରେଲୱେ ଫୁଟବଲ୍ ଚମ୍ପିଅନସିପର ପୁରସ୍କାର ବୀତରଣୀ ଉତ୍ସବରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକରଙ୍କ ଦ୍ଵାରା ବିଜେତା ଦଳକୁ ସ୍ୱର୍ଣ୍ଣ ପଦକ,ନଗଦ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଇଥିରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ,ଏବଂ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ ବିକାଶର ଅଧ୍ୟକ୍ଷ ଶ୍ରୀ ଅଭିଜିତ ପାଲ | ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ଖୋର୍ଦ୍ଧାରୋଡ ରେଳମଣ୍ଡଳର ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ଆଜିର ଖେଳ ଇଷ୍ଟର୍ନ ରେଲୱେ ଏବଂ ଦକ୍ଷିଣ ପୂର୍ବ ରେଲୱେ ମଧ୍ୟରେ ହୋଇଥିଲା । ଦକ୍ଷିଣ ପୂର୍ବ ରେଲୱେର ଶ୍ରୀ ଆର୍ ମଜୁମଦାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ | ଇଷ୍ଟର୍ନ ରେଲୱେ ରନର୍ସଅପ୍ ପଦ ପାଇଁ ରୌପ୍ୟ ପଦକ ଏବଂ ନଗଦ ପୁରସ୍କାର ଦିଆଯାଇଥିଲା । ଚିତ୍ତରଂଜନ ଲୋକୋ ମୋଟିଭ୍ ୱାର୍କସ (ସି ଏଲ ଡବ୍ଲୁ) ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ପାଇ ବ୍ରୋଞ୍ଜ ପଦକ ହାସଲ କରିଛି | ଇଷ୍ଟର୍ନ ରେଳବାଇରୁ ଶ୍ରୀ ଅଭିଷେକ“ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ” ପାଇଁ ଟ୍ରଫି ଏବଂ ଦକ୍ଷିଣ ପୂର୍ବ ରେଲୱେ ରୁ ଶ୍ରୀ ଏ ସିଂହ ଟୁର୍ଣ୍ଣାମେଣ୍ଟର“ଶ୍ରେଷ୍ଠ ଗୋଲ୍ କିପର” ଟ୍ରଫି ହାସିଲ କରିଛନ୍ତି | ଏହି ଅବସରରେ ଶ୍ରୀ ରୂପ ନାରାୟଣ ସୁନକର କହିଛନ୍ତି ଯେ କ୍ରୀଡାବିତ୍ ମନୋଭାବ ବଜାୟ ରଖିବା ପାଇଁ,ସମସ୍ତଙ୍କ ପାଇଁ କ୍ରୀଡ଼ା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ପାଇଁ ସେ ଭାରତୀୟ ରେଳବାଇର ବିଭିନ୍ନ ଜୋନରୁ ପ୍ରତିନିଧିତ୍ୱ କରିଥିବା ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧାରୋଡ଼,ଦ୍ୱାରା ୧୮.୧୨.୨୦୨୨ରୁ ୨୩.୧୨.୨୦୨୨ପର୍ଯ୍ୟନ୍ତ ରେଳ ଷ୍ଟାଡିୟମରେ ୭୮ ତମ ଅଲ ଇଣ୍ଡିଆ ରେଳ ଫୁଟବଲ ଚାମ୍ପିଅନସିପ ନକ୍ ଆଉଟ୍ ଫେଜ୍ ର ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା । ପ୍ରଥମ ଥର ପାଇଁ ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟାଡିୟମରେ ନକ୍ ଆଉଟ୍ ଟୁର୍ନାମେଣ୍ଟ ଅନୁଷ୍ଠିତ କରା ଯାଇଥିଲା । ଅଲ ଇଣ୍ଡିଆ ରେଳବାଇର ମୋଟ ଆଠଟି ଦଳ ନକ୍ଆଉଟ୍ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ । କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ,ଖୋର୍ଦ୍ଧା ରୋଡ଼, ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳଙ୍କ ନେତୃତ୍ୱରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ଵାରା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ୍ ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଥିଲା । ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍ କ୍ରୀଡା ସଚିବ ଏମ୍ ଜାକିରୁଦ୍ଦିନ ତଥା ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନର ସଦସ୍ୟ ମାନଙ୍କ ଦ୍ୱାରା ଅନୁଷ୍ଠିତ କରା ଯାଇଥିଲା । Categories: ଓଡ଼ିଶା, କ୍ରୀଡ଼ା, ଖେଳ, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର by Proprietor Abhimanyu Maharana September 11, 2026