ପୁରୀ ଜିଲ୍ଲା ରେ ହେବାକୁ ଥିବା ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ଗସ୍ତକୁ ନେଇ ବୈଠକ ଅନୁଷ୍ଠିତ

୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ପୁରୀ ଜିଲ୍ଲା ତାଳବଣିଆ ଠାରେ ଆସନ୍ତା ୨୬ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ ହେବାକୁ ଥିବା ଗସ୍ତକୁ ନେଇ ଆଜି ମାଲକାନଗିରି ବିଜେଡି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ମାନ୍ୟବର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପୂର୍ବତନ ବିଧାୟକ ମାନସ ମାଡକାମୀ, କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ବରିଷ୍ଟ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ସାଧାରଣ ସମ୍ପାଦକ ପ୍ରଭାକାର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ, ଜିଲ୍ଲା ପରିଷଦ ଉପ ଅଧ୍ୟକ୍ଷ ପତିତପାବନ ବୌଦ୍ୟ, ପୌରପରିଷଦ ଉପ ଅଧ୍ୟକ୍ଷା ଶ୍ରୀମତୀ କବିତା ମହନ୍ତ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୌରୀ ପଡିଆମୀ,ଏକଜୁଟିବ ବୋଡି ମେମ୍ବର ବୁନା ରାଓ, ରାଜ୍ୟ ଯୁବ ସମ୍ପାଦକ ରାବି ରାଜେଶ, ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟ ବିଜୟଲଷ୍ମୀ ପଡିଆମୀ,ହିରଣ୍ୟ ମୁଦୁଲି, ବଳି ମାଝୀ ୱାର୍ଡ ମେମ୍ବର ବତୀ ଜାନୀ ପୌରପରିଷଦ ଛାତ୍ର ଜନତା ଦଳ ସଭାପତି ଶଙ୍କର ପାଣିଗ୍ରାହୀ ଏବଂ ସ୍ଥାନୀୟ କର୍ମକର୍ତ୍ତା ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ l ପ୍ରତିଷ୍ଠା ଦିବସ ପାଳନ କରିବା ଲାଗି ବ୍ଲକ ସଭାପତି ସମେତ ବରିଷ୍ଟ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହା ବ୍ୟାତିତ ତାଳବଣିଆ ଅଭିମୁଖେ ଗସ୍ତକୁକୁ ନେଇ ବୋହୁ ସଂଖ୍ୟାରେ କର୍ମକର୍ତ୍ତା ଆଗ୍ରହ ପ୍ରକାଶ କରିଥିବା ବେଳେ 25 ତାରିକ ସକାଳ 10. ଘଣ୍ଟିକା ସମୟରେ ପୁରୀ ତାଳବଣିଆ ଅଭିମୁଖେ ଯାତ୍ରା ଆରମ୍ବ କରିବା ଲାଗି ଆଲୋଚନାରେ ସ୍ଥିର ହୋଇଥିଲା l

Exit mobile version