Home ଓଡ଼ିଶା ଭୋପାଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ କନ୍ଧମାଳର କମାଲ : ସମସ୍ତଙ୍କୁ ପଛରେ ପକାଇ କନ୍ଧମାଳ ଟିମ୍ ନଂ ଓ୍ବାନ୍ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :- ଭୋପାଳରେ କନ୍ଧମାଳର ଆଦିବାସୀ ଯୁବକ ଯୁବତୀଙ୍କ କାମାଲ୍ । ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କଲା କନ୍ଧମାଳ ଟିମ୍ । ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ବାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୨୭ ବାଟଲିୟନ୍ ସିଆରପିଏଫ୍ ଏବଂ ନେହୁରୁ ଯୁବକେନ୍ଦ୍ର ଫୁଲବାଣୀ ପକ୍ଷରୁ ଭୋପାଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୭ଟି ରାଜ୍ୟ (ତେଲେଙ୍ଗାନା, ଆନ୍ଧ୍ର, ମହାରାଷ୍ଟ୍ର, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶା) ରୁ ସମୁଦାୟ ୧୨ଟି ଟିମ୍ ସାମିଲ୍ ହୋଇଥିବା ବେଳେ ଓଡ଼ିଶାର ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡିରୁ ତିନୋଟି ଟିମ୍ ଭୋପାଳ ଗସ୍ତ କରିଥିଲେ । ସେଠାରେ ପାରମ୍ପରିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିବା ସହ ପ୍ରଥମ ସ୍ଥାନ ଅଧିକାର କରି ଦଶ ହଜାର ଟଙ୍କା ଅର୍ଥରାଶି ହାସଲ କରିଛି କନ୍ଧମାଳ ଟିମ୍ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ଅଞ୍ଚଳରୁ ୨୦ ଜଣ ଆଦିବାସୀ ଯୁବକ,ଯୁବତୀ ଭୋପାଳ ଅଭିମୁଖେ ବାହାରିଥିଲେ । ସେଠାରେ ଏଠାକାର ଆଦିବାସୀ ସଂସ୍କୃତି ଓ ପରମ୍ପରା ଭିତ୍ତିକ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ । ଏହି ଟିମ୍ କନ୍ଧମାଳ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିବାରୁ ଜିଲ୍ଲାବାସୀ ବେସ୍ ଉତ୍ସାହିତ ଅଛନ୍ତି। ଏହି ସଫଳତା ପାଇଁ ସିଆରପିଏଫ୍ ଓ ନେହେରୁ ଯୁବ କେନ୍ଦ୍ରକୁ ସମସ୍ତ ଶ୍ରେୟ ଦେଇଛନ୍ତି ଟିମ୍ ର ସମସ୍ତ ସଦସ୍ୟ। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026 Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026 ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ by Proprietor Abhimanyu Maharana August 10, 2026 ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ by Proprietor Abhimanyu Maharana August 10, 2026 ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ by Proprietor Abhimanyu Maharana August 10, 2026 ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା by Proprietor Abhimanyu Maharana August 10, 2026