୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ସଚିବାଳୟଠାରେ ଆଦିତ୍ୟ ଆଲୁମିନା ହିଣ୍ଡାଲକୋ ପ୍ରସ୍ତାବିତ କରାଖାନା ପାଇଁ ଜମି ହରାଇ ବିସ୍ଥାପିତ ହୋଇଥିବା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତର ପାଞ୍ଚୋଟି ଗ୍ରାମର ଅଧିବାସୀ ଓ କାଶୀପୁର ବ୍ଲକ ଅନ୍ତର୍ଗତ ପୋଡ଼ାପାଡ଼ି ପଞ୍ଚାୟତର ୭ଟି ଗ୍ରାମର ଅଧିବାସୀମାନେ ମାନ୍ୟବର ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କ ସହ ଯାଇ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସାକ୍ଷାତ କରି କଂସାରୀଗୁଡ଼ାଠାରେ ଆଦିତ୍ୟ ଆଲୁମିନା ଶିଳ୍ପ ପ୍ରତିଷ୍ଠା କରି ସ୍ଥାନୀୟ ପିଲାମାନଙ୍କୁ ନିଯୁକ୍ତି ଦେବା ସହ ଟିକିରିରୁ କଂସାରୀଗୁଡ଼ା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳର ବିବାଶ ପାଇଁ ଦାବି ଜଣାଇଥିଲେ । 
ଏହି ବିଷୟରେ ଶ୍ରୀ ଦାସଙ୍କୁ ମଧ୍ୟ ପୂର୍ବରୁ ଆଦିତ୍ୟ ଆଲୁମିନା ହିଣ୍ଡାଲକୋ ବିକାଶ ପରିଷଦର ସଭାପତି ଶ୍ରୀ ଦୌଲ ଚୌଧୁରୀ ଓ ଆରପିଡ଼ିଏସି ସଦସ୍ୟ ଶ୍ରୀ ରାଜେନ୍ଦ୍ର ଦୁରିଆଙ୍କ ନେତୃତ୍ୱରେ ବିସ୍ଥାପିତ ଜମିହରା, ବାସହରା ଗ୍ରାମବାସୀମାନେ ଭେଟି ସବୁ ସମସ୍ୟା ଜଣାଇଥିଲେ ଓ ଆଦିତ୍ୟ ଆଲୁମିନା କର୍ତ୍ତୃପକ୍ଷଙ୍କ ସର୍ତ୍ତ ଅନୁସାରେ ଓଏମ୍ସି ଏମ୍ଡ଼ି ବଳବନ୍ତ ସିଂଙ୍କୁ ସାକ୍ଷାତ କରି ଖଣି ଦେବା ପାଇଁ ଅନୁରୋଧ କରିଥିଲେ । ଆଜି କିନ୍ତୁ ମାନ୍ୟବର ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶରେ ବିସ୍ଥାପିତ ଜମିହରା, ବାସହରା ଗ୍ରାମବାସୀଙ୍କ ନେତୃତ୍ୱ ନେଉଥିବା ଶ୍ରୀ ଦୌଲ ଚୌଧୁରୀ, ଶ୍ରୀ ରାଜେନ୍ଦ୍ର ଦୁରିଆ, ପାରଦ କୁଲେସିକା, ବିପିନ ମାଡ଼ାଙ୍ଗି, ପୁରୁଷୋତ୍ତମ ଜାନି,
