ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅବସରପ୍ରାପ୍ତ କର୍ମଚାରୀ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ

୨୩ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଏକ ରାଜ୍ୟସ୍ତରୀୟ ସଂଘ ଯାହାର ଶାଖା ସମ୍ବଲପୁର, ବ୍ରହ୍ମପୁର, ବାରିପଦା ଓ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଅଛି । ବିଗତ ବର୍ଷ ତା ୨୩.୧୨.୨୦୨୦ରିଖରେ ଉକ୍ତ ରିଟାୟାର୍ଡ଼ ଏମ୍ପେ୍ଲାଇଜ ଆସୋସିଏସନ, ସିଏଚ୍‌ଏସ୍‌ଇ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ ଚରଣ ସ୍ୱାଇଁଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିଲା । ଏହାର ପଞ୍ଜିକୃତ ସଂଖ୍ୟା ୨୭୧୦-୫୭/୨୦୨୦-୨୧ । ରିଟାୟାର୍ଡ଼ ଏମ୍ପେ୍ଲାଇଜ ଆସୋସିଏସନ ସିଏଚ୍‌ଏସ୍‌ଇ, ରିଟାୟାର୍ଡ଼ ଏମ୍ପେ୍ଲାଇଜ ଆସୋସିଏସନ, କାଉନସିଲ ଅଫ ହାଇୟର ସେକେଣ୍ଡାରୀ ଏଜୁକେଶନ, ଓଡ଼ିଶା, ଭୁବନେଶ୍ୱର ।ଏହାର ସଭାପତି ଶ୍ରୀ ବିଶ୍ୱନାଥ ମହାନ୍ତି, ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର, ଉପସଭାପତି ଶ୍ରୀ ଧୀରେନ ମଲ୍ଲିକ, ଯୁଗ୍ମ ସମ୍ପାଦକ ଶ୍ରୀ ଚକ୍ରଧର ସାହୁ । ଆଜିର ଦିବସକୁ ତା୨୩.୧୨.୨୦୨୨ରିଖରେ ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳନ କରିବାକୁ ବିଗତବର୍ଷ ଘୋଷଣା କରିଥିଲା ଏବଂ ତାହାକୁ ରାଜ୍ୟ ସୂଚନା ଭବନ/ ଜୟଦେବ ଭବନରେ ପ୍ରତିଷ୍ଠା ଦିବସ ରୂପେ ପାଳିତ ହେଉଛି । ଆଜି ଓଡ଼ିଶା ବିଧାନସଭାର ବିଧାୟତ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଉକ୍ତ ସଂଘର ସଭାପତି ଶ୍ରୀ ବିଶ୍ୱନାଥ ମହାନ୍ତି ଓଡ଼ିଶାର ସୁନାମଧନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ୨୯.୦୭.୨୦୨୧ରିଖ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୧୧% ଓ ୩% ମହାଙ୍ଗା ଭତ୍ତା ପ୍ରଦାନ କରି ଓଡ଼ିଶାର ଚାରିଲକ୍ଷ କର୍ମଚାରୀ ଓ ସାଢେ ତିନିଲକ୍ଷ ଅବସରପ୍ର୍ରାପ୍ତ କର୍ମଚାରୀ ଉପକୃତ ହୋଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସମ୍ବଲପୁର, ବାରିପଦା, ବ୍ରହ୍ମପୁର ଓ ଭୁବନେଶ୍ୱରରୁ ସମସ୍ତ ଜୋନ ଅଫିସରରୁ ଜୟଦେବ ଭବନରେ ଯୋଗଦାନ କରିଥିଲେ । ସଭାପତି ଶ୍ରୀ ବିଶ୍ୱନାଥ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ ।ଏମ୍‌ଏସିପି ତଥା ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ଯଥା ଗ୍ରାଚ୍ୟୁଇଟି, କମ୍ପୁଟେସନ ସମେତ ସମସ୍ତ ପ୍ରାପ୍ୟ ଦେବାକୁ ଦାବି ରଖିଛନ୍ତି । ଚାକିରୀ ଥାଇ ମୃତ୍ୟୁବରଣ କରିଥିବା ପରିବାରକୁ ନୂତନ ନିଯୁକ୍ତି ନିମନ୍ତେ ଦାବି ଜଣାଉଛୁ । ପୂର୍ବରୁ ବାକି ଥିବା ୨୨ଦିନର ଦରମା ଦେବାକୁ ମଧ୍ୟ ଦାବି କରାଯାଇଛି । ଏବଂ ଶ୍ରୀ ରବିନାରାୟଣ ସେନାପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଶ୍ରୀ ଧୀରେନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ସୂଚାରୁ ରୂପେ ଯୋଗଦାନ କରିଥିବାରୁ ସଭାପତି ଶ୍ରୀ ବିଶ୍ୱନାଥ ମହାନ୍ତି ସମସ୍ତଙ୍କୁ ବହୁତ ଭୂୟସୀ ପ୍ରଶଂସା କରିଥିଲେ ।

Exit mobile version