Home ଓଡ଼ିଶା ଚଳିତ ମାସ ୨୨ ରୁ ପୁରୀ ରେ ବାସ୍କେଟବଲ ଲିଗ : ଅଂଶଗ୍ରହଣ କରିବେ ୬ ପୁରୁଷ ଓ ୪ ମହିଳା ଦଳ। by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୨ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ପୁରୀ :- ପୁରୀ ରେ ଚଳିତ ମାସ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ବାସ୍କେଟବଲ ଲିଗ ଅନୁଷ୍ଠିତ ହେବ।ଓଡିଶା ବାସ୍କେଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଲିଗରେ ୬ ଟି ପୁରୁଷ ଓ ୪ ଟି ମହିଳା ବାସ୍କେଟବଲ ଦଳ ଅଂଶଗ୍ରହଣ କରିବେ।ଏହାର ଆୟୋଜନ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆଜି ସର୍କିଟ ହାଉସ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି।ଏହି କ୍ରିଡା ୨୨ ତାରିଖ ଅପରାହ୍ନ ୫.୩୦ ମିନିଟ ସମୟରେ ଉଦଘାଟନ ହେବ ଓ ୨୬ ତାରିଖ ସଂଧ୍ୟା ରେ ଟ୍ରଫି ପ୍ରଦାନ ସହ ଉଦଯାପିତ ହେବ । ଭୁବନେଶ୍ୱର କ୍ୟାପିଟାଲ୍ସ,ୱ୍ବାରିଅର ବାଲେଶ୍ବର, ଗଞ୍ଜାମ ହୁପରସ୍,କଟକ ବାରବାଟି ଟାଇଗର, ଏମ୍ପରରସ ରାଉରକେଲା, ପୁରୀ ବୁଲସ୍,ଉତ୍କଳ ଡ଼୍ରିବଲର୍ସ,କଳିଙ୍ଗ ସୁଟରସ୍,ଓଡିଶା ବ୍ଲକରସ୍, ଓ୍ରଡ୍ର ଟିମ ନାମରେ ୧୦ ଟିମ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଆସୋସିଏସନ ର ସମ୍ପାଦକ ଶ୍ରୀ ରବି ଶଙ୍କର ପ୍ରତିହାରୀ, ଓଡିଶା ବାସ୍କେଟବଲ ଆସୋସିଏସନ ର ଉପ ସଭାପତି ଶ୍ରୀ ରାଜେନ୍ଦ୍ର ଖୁଣ୍ଟିଆ ଯୁଗ୍ମ ସମ୍ପାଦକ ଶ୍ରୀ ଅମିତ ଦାସମହାପାତ୍ର ଓ ୧୦ ଟି ଦଳର ଅଧିନାୟକ ଯୋଗ ଦେଇଥିଲେ।ସେହିପରି ୨୩ ତାରିଖରେ ଜିଲ୍ଲା ସ୍କୁଲ ଠାରେ ମାଲଖମ୍ବ କ୍ରିଡା ଆୟୋଜନ କରାଯାଉଛି ବୋଲି କ୍ରିଡା ଅଧିକାରୀ ସୂଚନା ଦେଇଥିଲେ । Categories: ଓଡ଼ିଶା, କ୍ରୀଡ଼ା, ଖେଳ, ପୁରୀ, ହୋମ୍ Related Content ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ by Proprietor Abhimanyu Maharana August 16, 2026 ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ by Proprietor Abhimanyu Maharana August 16, 2026 ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ by Proprietor Abhimanyu Maharana August 16, 2026 ୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି, ରଣପୁର ଏନଏସିରେ by Proprietor Abhimanyu Maharana August 15, 2026 ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ by Proprietor Abhimanyu Maharana August 15, 2026