ସରସ୍ଵତୀ ଶିଶୁ ମନ୍ଦିରର ଏକାଦଶତମ ବାର୍ଷିକ ଉତ୍ସବ

୨୨ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ :- ରାୟଗଡ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର ଏକାଦଶତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ ଘାଷି ପାଇକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ମୁଖ୍ୟ ବକ୍ତା ଭାବେ RSS ର ଜିଲ୍ଲା ସଙ୍ଘ ଚାଳକ ଗୌରାଙ୍ଗ ପାଣିଗ୍ରାହି, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ପୁର୍ଣ୍ଣବାସୀ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଗୌତମୀ ଜାନୀ, ରାୟଗଡ ସରପଞ୍ଚ ସୁଷମା ଶବର,ABEO ଧନେଶ୍ୱର କହଁର, ବିଦ୍ୟାଳୟର ସମ୍ପାଦକ ନରସିଂହ ନାୟକ ଓ ପ୍ରଧାନ ଶିକ୍ଷକ ଶୋଭେନ୍ଦ୍ରନାଥ ଘଡାଇ ପ୍ରମୁଖ ମଞ୍ଚାସିନ ଥିଲେ। ଉକ୍ତ ଉତ୍ସବ ସକାଶେ ପୂର୍ବରୁ ହୋଇଥିବା କ୍ରୀଡ଼ା, ମାତୃ କର୍ମଶାଳା ଆଦିରେ କୃତି ପ୍ରତିଯୋଗୀ ଓ ବୃତ୍ତି , ମେଧା ବୃତ୍ତି ଓ ନବୋଦୟ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ  । ଶେଷରେ ବିଦ୍ୟାଳୟର କୁନି କୁନି ପିଲା ମାନଙ୍କ ମନୋରମ ନୃତ୍ୟ ଓ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଶତାଧିକ ଅଭିଭାବକ ଓ ଅଞ୍ଚଳ ବାସି ଙ୍କ ସମାଗମ ହୋଇଥିଲ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

 

Exit mobile version