Home Uncategorized ବୈପାରିଗୁଡା ପୋଲିସ ହାତରେ ଧରାପଡିଲେ ଦୁଇ ନକଲି ଶ୍ରମ ବିଭାଗ ଅଧିକାରୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୨ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- କୋରାପୁଟ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ବ୍ଲକର ଦୁର୍ଗମ ଅଂଚଳରେ ବସବାସ କରୁଥିବା ନିରୀହ ସରଳ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ଟଙ୍କା ପାଇବାର ଲଭ ଦେଖାଇ ଫେକ୍ କିମ୍ବା ନକଲି କାର୍ଡ ପ୍ରଦାନ କରୁଥିବା ବେଳେ କିଛି ମାସ ତଳେ ଦୁର୍ଗମ ଅଂଚଳର ଲୋକଙ୍କୁ ଫେକ୍ ଡିଏଲ ଡ୍ରାଇଭିଂ ଲାଇସେନ୍ସ ଦେଇ ପୋଲିସ ହାତରେ ପଡି ଗିରଫ ହୋଇଥିବା ନଜର ରହିଥିବା ବେଳେ ଏବେ ପୁଣି ଥରେ ଦୁଇ ଜଣ ଯୁବକ ନିଜକୁ ଶ୍ରମ ବିଭାଗର ଅଧିକାରୀ କହି ଲୋକଙ୍କୁ ଠକି ନକଲି ଶ୍ରମିକ କାର୍ଡ ଦେଉଥିବା ସମୟରେ ବୈପାରିଗୁଡା ପୋଲିସ ହାବୁଡରେ ପଡି ହଟହଟା ହେଇଥିବାର ଦେଖିବାକୁ ମିଳିଛି । ପାପ୍ତ ଖବର ଅନୁସାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଥାନା ଅଂଚଳର କର୍ଣ୍ଣ କୁମାର ପାତ୍ର ଓ ବିକାଶ ସାହୁ ବୈପାରିଗୁଡା ଥାନା ଚିପାକୁର ପଂଚାୟତର ଝୁଲଣି ଗ୍ରାମରେ ପହଂଚି ଗ୍ରାମବାସୀଙ୍କୁ ଶ୍ରମ ବିଭାଗର ଅଧିକାରୀ କହି ଶ୍ରମକାର୍ଡ କରାଇ ଦେବା କହି ଏହି ଦୁଇ ଯୁବକ କହିବାରୁ ଗ୍ରାମବାସୀ ମାନେ ଅଚିହ୍ନା ଯୁବକଙ୍କୁ ସନ୍ଦେହ କରି ଏହି ଦୁଇ ଜଣ ଯୁବକକୁ ଗ୍ରାମରେ ଅଟକ ରଖି ବୈପାରିଗୁଡା ଥାନାକୁ ଖବର ଦେଇଥିଲେ । ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ପୋଲିସ କର୍ମଚାରୀ ମାନଙ୍କୁ ନେଇ ଏକ ଟିମ୍ ଗଠନ କରି ଘଟଣା ସ୍ଥଳରେ ପହଂଚି ଏହି ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ କଲର ପ୍ରିଣ୍ଟର , ୩ ଟି ମୋବାଇଲ ଫୋନ୍, ୩ ହଜାର ୫ ଶହ ଟଙ୍କା, ଗୋଟିଏ ବାଇକ ସହିତ ୧୩୦ ରୁ ଉର୍ଦ୍ଧ ନକଲି ଶ୍ରମକାର୍ଡ ଜବତ କରି ଥାନାକୁ ଆଣିଥିଲା । ସେମାନଙ୍କୁ ଥାନାକୁ ଆଣି ତଦନ୍ତ କରିବା ସହ ବୈପାରିଗୁଡା ପୋଲିସ ଜୟପୁର ଶ୍ରମବିଭାଗ କାର୍ଯ୍ୟାଳୟକୁ ଯାଇ ତଦନ୍ତ ମଧ୍ୟ କରିଥିବାର ଜଣାପଡିଛି । ଏହି ଦୁଇ ଜଣ ନକଲି ଶ୍ରମ ବିଭାଗର ଅଧିକାରୀ ବୋଲି ପୋଲିସ ଜାଣିବା ପରେ ଆଜି ବୈପାରିଗୁଡା ଥାନା ପରିସର ଠାରେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ଝୁଲଣି ଗ୍ରାମକୁ ସପ୍ତାହେ ତଳେ ଦୁଇ ଜଣ ଯୁବକ ଯାଇ ଗ୍ରାମବାସୀଙ୍କ ଶ୍ରମିକ କାର୍ଡ କରାଇ ଦେବା ପାଇଁ କହି ସେମାନଙ୍କ ଠାରୁ ୭୫୦ ଟଙ୍କା ଆଦାୟ କରିଥିଲେ । ଗ୍ରାମବାସୀଙ୍କୁ ଏହି ଦୁଇ ଜଣ ଯୁବକ ଆମେ ଶ୍ରମ ବିଭାର କର୍ମଚାରୀ କହି ପରିଚୟ ଦେଇ ସେମାନଙ୍କୁ ଶ୍ରମକାର୍ଡ ମଧ୍ୟ ପ୍ରଦାନ କରିଥିଲେ । ତେବେ ଯୁବକମାନଙ୍କ ପ୍ରତି ଗ୍ରାମବାସୀଙ୍କ ସନ୍ଦେହ ହେବା ପରେ ଆଗରୁ ପାଇଥିବା କିଛି ଲୋକେ ଏହି ବିଷୟକୁ ନେଇ ଜୟପୁର ଶ୍ରମ ବିଭାଗ କାର୍ଯ୍ୟାଳୟର ଦ୍ୱରାସ୍ଥ ଦେବା ପରେ ସେମାନେ ପ୍ରକୃତ ଘଟଣା ବିଷୟରେ ଅବଗତ ହୋଇ ପାରିଥିଲେ ।ସେଠାରୁ ସେମାନେ ଜାଣିବାକୁ ପାଇଥିଲେ ଯେ ସେମାନେ ପାଇଥିବା ଏହି ଶ୍ରମକାର୍ଡ ଗୁଡିକ ନକଲି ଅବା ଫେକ୍ ବୋଲି ଜାଣି ବୈପାରିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ଗ୍ରାମବାସୀ । ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ଜନସାଧାରଣଙ୍କୁ କହିଛନ୍ତି ଯେ ଯେକୌଣସି ଅଚିହ୍ନା ଲୋକ ଯଦି କିଛି କାମ କରାଇଦେବା ପାଇଁ କହୂଛି ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନାକୁୂ ସୂଚନା ପ୍ରଦାନ କରନ୍ତୁ ଏବଂ ପ୍ରକୃତ ବିଷୟ ଜାଣିବା ପରେ ହିଁ ସେ ବ୍ୟକ୍ତିଙ୍କୁ ବିଶ୍ୱାସ୍ କରି କାଗଜପତ୍ର କିମ୍ବା ଟଙ୍କା ପ୍ରଦାନ ଦିଅନ୍ତୁ ବୋଲି ନିବେଦନ କରିବା ସହ ଯଦି କୌଣସି ଯୋଜନାରେ ଲାଭ ଉଠାଇବା ଅଛି ତେବେ ସରକରୀ କାର୍ଯ୍ୟାଳୟ ଅବା ଦୋକାନ ଯାଇ କାର୍ଯ୍ୟ କରିବା ପାଇଁ ଏହି ସାମ୍ମାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଆଜି ଏହି ଦୁଇ ନକଲି ଶ୍ରମବିଭାଗର ଅଧିକାରୀଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଥାନାରେ କେସ୍ ନମ୍ବର ୨୯୭/୨୨ ବୋଲି ଥାନା ଅଧିକାରୀ ତଥା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତ । Categories: Uncategorized Related Content ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026 ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ by Proprietor Abhimanyu Maharana March 8, 2026 Centurion University Partners with Australian Tech Pioneer "Saveful" to Launch National Food-Saving Movement in India by Proprietor Abhimanyu Maharana January 29, 2026