ଗାଇ ଉଦ୍ଧାର କରିବାକୁ ଯାଇ ଅଗ୍ନିଶମ କର୍ମଚାରୀ ଆକ୍ରମଣର ଶିକାର – ଅଭିଯୁକ୍ତ ଗିରଫ

ଓଡିଶା ତାଜା ନ୍ୟୁଜ୍‌ (୭ ଜୁନ ଶୁକ୍ରବାର) ନିଶ୍ଚନ୍ତ କୋଇଲି :- କଟକ /ନିଶ୍ଚନ୍ତ କୋଇଲି ,ଗାଇ ଉଦ୍ଧାର କରିବାକୁ ଯାଇ ଅଗ୍ନିଶମ କର୍ମଚାରୀ ଆକ୍ରମଣର ଶିକାର, ଅଭିଯୁକ୍ତକୁ ଗିରଫକଲା ପୋଲିସ, ଖବର ଅନୁଯାଇ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଠାରେ ଗତକାଲି ଅପରାହ୍ନରେ ଏକ ଗାଈ ଗୋଟିଏ ପାଇଖିନା ଟାଙ୍କିରେ ପଡ଼ିଯାଇଥିବା ନେଇ ନିଶ୍ଚନ୍ତ କୋଇଲି ଦମକଳ କେନ୍ଦ୍ରକୁ ଖବର ଦଇଥିଲେ ଲୋକେ,

ଖବର ପାଇ ନିଶ୍ଚିନ୍ତକୋଇଲି ଅଗ୍ନିଶମ ଅଧିକାରୀ ଓ ତାଙ୍କ ଉଦ୍ଧାରକାରୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ପାଇଖାନା ଟାଙ୍କିରୁ ଗାଈ ଟିକୁ ଉଦ୍ଧାର କରୁଥିବା ବେଳେ ଘର ମଲିକ ସେକ୍ ଇବ୍ରାହିମ ଓରଫ୍ ସକ୍କା ଏହାକୁ ବିରୋଧ କରିବା ସହ କାହା ପରମିସନ ରେ ମୋ ଟାଙ୍କିରୁ ଗାଇ କାଢୁଛ କହି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାସହ ଅଗ୍ନିଶମ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି, ଲିଖିତ ଏତଲା ପରେ ପୋଲିସ ଘଟଣା ର ତଦନ୍ତ କାରି ଇବ୍ରାହିମ କୁ ଗିରଫ କରିଛି। ନିଶ୍ଚିନ୍ତକୋଇଲି ପୋଲିସ ଆହାତ ଗାଈ କୁ ସ୍ଥାନୀୟ ଗୋଶାଳାରେ ନେଇ ଛାଡିଛି, (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version