ବିଏସ୍‌ଏଫ୍ ଯବାନଙ୍କ ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗ୍ରହଣରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ

୨୨ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- ବୈପାରିଗୁଡାରେ ନିୟୋଜିତ ଥିବା ସୀମା ସୁରକ୍ଷା ବାହାନୀ( ବିଏସ୍‌ଏଫ୍ )୧୫୧ ବାଟାଲିୟନ ପକ୍ଷରୁ ବୈପାରିଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟ ଠାରେ ବୈପାରିଗୁଡା,ରାମଗିରି,ଦଣ୍ଡାବାଡି,ମନ୍ତ୍ରୀଆମ୍ବ ଠାରେ ଥିବା ବିଏସ୍‌ଏଫ୍ କ୍ୟାମ୍ପ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିବା ସହ ଦେଶର ସୁରକ୍ଷା ନେଇ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ କରିଥିବାର ଜଣାପଡିଛି । ବୈପାରିଗୁଡା ୧୫୧ ବାଟାଲିୟନ ବିଏସ୍‌ଏଫ୍ ମୁଖ୍ୟ କମାଣ୍ଡେଂଟ ଅଜୟ କୁମାରଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର କହିଛନ୍ତି ବିଏସ୍‌ଏଫ୍ ଯବାନ ।ଅସ୍ତ୍ରଶସ୍ତ୍ର ସହ ଦେଶର ସୁରକ୍ଷା ପାଇଁ ବିଏସ୍‌ଏଫ୍ ଯବାନ ବ୍ୟବହାର କରୁଥିବା ସମସ୍ତ ପ୍ରକାର ଯନ୍ତ୍ରପାତି ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ତେବେ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଏସ୍‌ଏଫ୍ ଯବାନଙ୍କ ଅସ୍ତ୍ରଶସ୍ତ୍ର ନିଜ ହାତରେ ଧରି ଖୁସି ଅନୁଭବ କରିଥିବାର ଦେଖିବାକୁ ମିଳିଛି । ସେହି ପରି ଭାବେ ଛାତ୍ରଛାତ୍ରୀ ମାନେ ବଡ ହେବା ପରେ ଏବଂ ଗାଁ ଗହଳି ମାନଙ୍କ ରହିଥିବା ଯୁବକ ମାନଙ୍କୁ ନିଜ କ୍ୟାରିୟର ପାଇଁ ବିଏସ୍‌ଏଫ୍‌ରେ ସାମିଲ ହେବା ନେଇ ମଧ୍ୟ ଆହ୍ନାନ କରିଥିଲେ ଯବାନ ।ଦେଶର ସୁରକ୍ଷା ସମସ୍ତଙ୍କ କତ୍ୟର୍ବ ବୋଲି ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ସ୍ଥାନୀୟ ଯବାନ ।ସେହି ପରି ଭାବେ ବିଏସ୍‌ଏଫ୍ ଯବାନମାନେ କିପରି ଦେଶକୁ ସୁରକ୍ଷା ଦେଉଛନ୍ତି ଏବଂ ଦେଶ କାର୍ଯ୍ୟ ପାଇଁ ନିଜକୁ କେମିତି ଖରା, ବର୍ଷା, ଶୀତ ସମୟରେ ମଧ୍ୟ ସୀମାରେ ନିୟୋଜିତ ରହି ଶ୍ରତୃ ମାନଙ୍କୁ ଦମନ କରୁଛନ୍ତି ସେହି ବିଷୟକୁ ନେଇ ଏକ ଚଳଚିତ୍ର ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଦେଖାଇଥିଲେ ବିଏସ୍‌ଏଫ୍ ଯାବନ ।

Exit mobile version