୨୧ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :- ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବା ଆନୁକୁଲ୍ୟରେ ଓ ସମ୍ବାଦ ଆମ ଓଡିଶା ର ସହାୟତା ରେ ସେବା ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର କୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଉଦଘାଟନ କରିଥିଲେ l ମୁଖ୍ୟ ଅତିଥି ରୂପେ ନୟାଗଡ଼ ମୁନିସପାଲିଟ ର ଚେୟାର ମ୍ୟାନ୍ ଶ୍ରୀମତୀ ନିରୂପମା ଖଟେଇ ଯୋଗଦେଇ ଥିଲେ l ସମ୍ବାଦ ର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ରୀତେନ୍ଦ୍ର ଛାଟୋଇ ସମାଜସେବୀ ପ୍ରମୋଦ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ , ସାମ୍ବାଦିକ ଲକ୍ଷ୍ମୀଧର ସାହୁ ଓ ସମାଜ ସେବୀ ଦାମୋଦର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥଲେ l
ଉକ୍ତ ଶିବିର ରୁ ସମୁଦାୟ ୨୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ସେବାର ଉପସଭାପତି ସଂଜୟକୁମାର ସୁବୁଦ୍ଧି ଓ ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଙ୍କ ପ୍ରତ୍ୟେକ୍ଷ ତତ୍ବାବ ଧାନରେ ଆୟୋଜିତ ଏହି ଶିବିରରେ ପୟସ୍ମିନି ରଥ, ବସନ୍ତ ଦେଓ, ଜୟଶ୍ରୀ ନାୟକ, ଆନନ୍ଦ ଚୌଧୁରୀ, ମମତା ସାହୁ, ନୀତେଶ ସାହୁ, ଜ୍ୟୋତ୍ସ୍ନା ରାଣୀ ମଣ୍ଡଳ, କ୍ଷୀରୋଦ ଦାସ, ରସ୍ମିରେଖା ବେହେରା, ସତରୁପା ପ୍ରିୟଦର୍ଶିନୀ, ତାପସ ଜେନା, ହାପି କର, ଲକ୍ଷ୍ମୀଧର ସାହୁ, ଲୋକ ଜିତ୍ ପରିଡ଼ା , ନିରଞ୍ଜନ ଦାସ, ଅଜିତ୍ ଚନ୍ଦ୍ର ସୁବୁଦ୍ଧି, ଦିଲୀପ ସହୁ, ଆଶୁତୋଷ, ବେହେରା, ପ୍ରଶାନ୍ତ ସାହୁ, ଶ୍ରାବଣୀ ମିଶ୍ର, କୁନି ଜେନା, ମନୋରଞ୍ଜନ ମହାରଣା, ମିଟୁ ଜେନା ପାପୁ ବେହେରା, ଜିତେନ୍ଦ୍ର ନାୟକ, ଜୀବନ ଜ୍ୟୋତି ଦଳାଇ, ଶାନ୍ତନୁ ଜେନା ପ୍ରମୁଖ ୨୮ ଜଣ ରକ୍ତଦାନ କରିଥଲେ l ଉକ୍ତ ଶିବିରକୁ ବୈକୁଣ୍ଠ ନାଥ ମହାପାତ୍ର, ସଗରିକା ସାହୁ , କୃଷ୍ଣ ଚନ୍ଦ୍ର ସାହୁ, ସରସ୍ଵତୀ ମହାପାତ୍ର, ଶ୍ରଦ୍ଧାଂଜଳି ମହାନ୍ତି , ସୁଜାତା କୁମାରୀ ସାହୁ,ବିଜୟ କୁମାର୍ ବେହେରା,ଶୁଶ୍ରିତା ମହାପାତ୍ର, ବନିତା ମଲ୍ଲିକ, ସରିତା ଆଚାର୍ଯ୍ୟ, ପବିତ୍ର ମୋହନ ଇନ୍ଦ୍ରଜିତ, ସୌମ୍ୟ ରଂଜନ ପଣ୍ଡା, ଓ ନିରୁପମା ବଳିଆର ସିଂହ ପରିଚାଳନା କରିଥଲେ l

