୨୧ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :- ଭିନ୍ନକ୍ଷମ ଶିଶୁ ମାନଙ୍କ ଶିକ୍ଷା ଓ ପୁନର୍ବାସ କ୍ଷେତ୍ର ରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବା ଆନୁକୁଲ୍ୟରେ ଓ ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ ,ଭୁବନେଶ୍ୱର ଙ୍କ ଆର୍ଥିକ ସହାୟତାରେ ବୌଦ୍ଧିକ ଭିନ୍ନକ୍ଷମ ଶିଶୁ ମାନଙ୍କ ପାଇଁ ଏକ ଧନ୍ଦା ମୂଳକ ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି l ପ୍ରଥମ ଦଫାରେ ୧୦ ଜଣ ବୌଦ୍ଧିକ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କୁ ଫୀନାଇଲ ପ୍ରସ୍ତୁତି ଉପ ରେ ତାଲିମ୍ ପ୍ରଦାନ କରାଯାଇଛି l 
ପରବର୍ତ୍ତୀ ପର୍ଯ୍ୟାୟରେ ୫୦ ଜଣ ବୌଦ୍ଧିକ ଭିନ୍ନକ୍ଷମଙ୍କୁ ଚକ୍ ଖଡ଼ି ,ମହମବତୀ , ଧୂପ କାଠି ପ୍ରସ୍ତୁତି ଓ ଛତୁ ଚାଷ ଉପରେ ତାଲିମ୍ ଦିଆଯିବା ର ବ୍ୟବସ୍ଥା କରାଯାଇଛି l ଏଥି ନିମନ୍ତେ ଆବଶ୍ୟକ ମାନବ ସମ୍ବଳ , ତାଲିମ୍ ଉପକରଣ ଓ ଅନ୍ୟାନ୍ୟ ସରଞ୍ଜାମ ଓଡିଶା ରାଇଜିଂ ଫାଉଣ୍ଡେସନ ଙ୍କ ତରଫରୁ ଯୋଗାଇବା ର ବ୍ୟବସ୍ଥା କରାଯାଉଛି l ଏହି ପ୍ରଶିକ୍ଷଣ ପରେ ବୌଦ୍ଧିକ ଭିନ୍ନକ୍ଷମ ଶିଶୁ ମାନଙ୍କୁ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ଟିଏ ସୃଷ୍ଟି ହେବବୋଲି ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଓ କାର୍ଯ୍ୟକ୍ରମ ସଂଯୋଜକ ସଞ୍ଜୟ କୁମାର ସୁବୁଦ୍ଧି ଆଶାବ୍ୟକ୍ତ କରିଛନ୍ତି l

