Home ଓଡ଼ିଶା ବାଣପୁର ଠାରେ “ଟିମ ୪୯୯ ଓଡିଶା” ସଙ୍ଗଠନର ତୃତୀୟ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୧ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :- ବାଣପୁର ସହିଦ୍ କୃତିବାସ ଭବନ ଠାରେ ଟିମ୍ ୪୯୯ ଓଡ଼ିଶା ଯୁବ ସଙ୍ଗଠନର ବଂଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ନିଷ୍ଠାପରସହ ସମାଜର ସେବା କରିବା ପାଇଁ ଓ ମାନବ ସେବା ହିଁ ମାଧବ ସେବା କୁ ସଂଗଠନର ମୂଳ ମନ୍ତ୍ର କରି ସାରା ରାଜ୍ୟରୁ ଏକତ୍ରୀତ ହୋଇଥିବା ଯୁବକ ଓ ଯୁବତୀ ମାନଙ୍କୁ ନେଇ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ ୪୯୯ ଓଡିଶା ସଙ୍ଗଠିତ ହୋଇଥିବା ବେଳେ ତାହାର ୩ୟ ବନ୍ଧୁ ମିଳନ ଉତ୍ସବ ଖୋର୍ଦ୍ଧା ଜିଲ୍ଲା ବାଣପୁର ସହିଦ କୃତିବାସ ଭବନ ଠାରେ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ସଂଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁଙ୍କ ସଭାପତିତ୍ବରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥିଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଶ୍ରୀ ମିଟୁ ନାୟକ , ମୁଖ୍ୟବକ୍ତାଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ନୃସିଂହ ପ୍ରସାଦ ମିଶ୍ର , ସମ୍ମାନିତ ଅତିଥିଭାବେ ଚିଲିକା ପ୍ରେସକ୍ଳବର ସଭାପତି ଶ୍ରୀ ପ୍ରକାଶ ପ୍ରଧାନ , ଚିଲିକା ରିପୋର୍ଟର ଆସୋସିଏସନ୍ ସଭାପତି ଶ୍ରୀ ସୁନିଲ କୁମାର ସୁବୁଦ୍ଧି , ଅନୁଷ୍ଠାନର ସଭାପତି ବବୁଲ ରଣା , ଉପସଭାପତି ସୂର୍ଯ୍ୟ ପ୍ରସାଦ ବାରିକ ,ନମିତା ମହାନ୍ତି , ସ୍ମୃତି କାନ୍ତ ମହାନ୍ତି , ତାଜୁନ କୁମାର ଜେନା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ।ନିର୍ଯାତିତ, ନିଷ୍ପେସିତ, ଦାରିଦ୍ର୍ୟର କଷାଘାତରେ ସଂଗ୍ରାମରତ ନିରିହ ଜନତା ଙ୍କର କିପରି ସେବା କରାଯାଇପାରିବ ଏବଂ ସେମାନଙ୍କୁ ଉଦ୍ଧାର କରି କିପରି ସଫଳତାର ସହ ସମାଜର ବିକାଶ କ୍ଷେତ୍ରରେ ସାମିଲ କରି ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସକରାତ୍ମକ ଚିନ୍ତାଧାରା ଓ ମନଭାବ ନେଇ ଗଠିତ ହେଇଥିବା ଉକ୍ତ ସଂଗଠନ ର ସାମୁହିକ ଅଗ୍ରଗତି ନିମନ୍ତେ ସମସ୍ତ ଅତିଥି ଆଶାବ୍ୟକ୍ତ କରିଥିଲେ। ସଙ୍ଗଠନ ତରଫରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରୀ ମାନଙ୍କୁ ଓ ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ଚିଲିକା ପ୍ରେସ କ୍ଲବ୍ ଓ ଚିଲିକା ରେପୋର୍ଟର ଆସୋସିଏସନ୍ କୁ ମାନପତ୍ର ସହିତ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭୂରି ଭୋଜନରେ ଆପ୍ୟାୟିତ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026