ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

୨୧ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ରାଜସୁନାଖଳା :- ରାଜସୁନାଖଳାସ୍ଥିତ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ବୁଧବାର ଦିନ ସପ୍ତବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରସାନନ୍ଦ ପ୍ରଧାନ ସହ -ଗୋଷ୍ଠୀ ଶିକ୍ଷାଅଧିକାରୀ, ରଣପୁର ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ |ମୁଖ୍ୟ ବକ୍ତା ଭାବେ କିଶୋର ଚନ୍ଦ୍ର ଭଞ୍ଜ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଜସୁନାଖଳା ଉଚ୍ଚ ବିଦ୍ୟାଳୟ ତଥା ଅଧ୍ୟାତ୍ମିକ ପ୍ରବଚକ | ଶିଶୁଟିଏ କିପରି ଜଣେ ଭଲ ଦେଶ ସେବକ ହେବ ଏବଂ ତାର ଭାବନା ଆଧ୍ୟାତ୍ମିକ ଭାବନାରେ ପରିପୃଷ୍ଟ ହେବ ସେ ସମ୍ଭଧରେ ବକ୍ତବ୍ୟ ରଖିଥିଲେ | ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କରିଥିଲେ | ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାଥୁଆ ଅତିଥିମାନଙ୍କ ର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ତରାସ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ | ବିଦ୍ୟାଳୟରେ ଦୀର୍ଘ 10ବର୍ଷରୁ ଉର୍ଦ୍ଧ ସେବା ଦେଇଥିବା 7ଜଣ ସେବାବ୍ରତୀ ମାନଙ୍କୁ ମାନପତ୍ର ଓ ଉପ ଢୋଉକୁନ ପ୍ରଦାନ କରି ସନମାନିତ କରାଯାଇଥିଲା |ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ସୌମ୍ୟଶ୍ରୀ ସାହୁ ଓ ଅଂଶୁମାନ ପ୍ରସାଦଙ୍କୁ ଟ୍ରଫି ପ୍ରଦାନ କରାଯଇଥିଲା | ପରିଶେଷରେ ବିଦ୍ୟାଳୟ ପରିଚାଳନା କମିଟର ସହ ସମ୍ପାଦକ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ବିଦ୍ୱତ ପରିଷଦ, ମାତୃଭାରତୀ ଓ ପରିଚାଳନା ସମିତିର ସଭ୍ୟବୃନ୍ଦ ଉପସ୍ଥିତ ରହିଥିଲେ | ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ବଳିଷ୍ଠ ନିର୍ଦେଶନାରେ ଶିଶୁମନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ମହ୍ଲାର ଅବିଭାବକ ମାନଙ୍କୁ ବେଶ ବିମୋହିତ କରିଥିଲା |

Exit mobile version