୨୧ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ, ଗଜପତି :- ତାଳମୁଣ୍ଡା ଘାଟିରେ ବୋଲେରୋ ଦୁର୍ଘଟଣା ଘଟି ଚାରି ଜଣ ଆହତ ହୋଇଥିବା ଦେଖିବାକୁ ମିଳିଛି। ଗଂଜାମ ଛତ୍ରପୁର ଠାରୁ ରାୟଗଡ ନିକଟ ପରିସଲ ଗ୍ରାମକୁ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ସକାଶେ ଏକ ବୋଲେରୋ (OD 02S 5750) ରେ ଆସୁଥିବା ବେଳେ ଚମ୍ପାସାହି ନିକଟ ଏକ ବୁଲାଣିଆ ଘାଟି ରାସ୍ତା ରେ ଗାଡ଼ିଟି ବ୍ରେକ୍ ଫେଲ୍ ଘଟିବାରୁ ଘାଟି ତଳକୁ ଖସି ଦୁର୍ଘଟଣା ଘଟିଥିଲା।
ଏହାପରେ ଗାଡ଼ିରେ ବସି ଥିବା ସମସ୍ତେ ଗାଡ଼ିର କାଚ ଭାଙ୍ଗି ବାହାରକୁ ବାହାରି ଥିଲେ। ସ୍ବଭାଗ୍ୟର ବିଷୟ ଯେ ଗାଡ଼ିରେ ବସି ଥିବା ସମସ୍ତେ ସାମାନ୍ୟ ଆହତ ହୋଇ ଥିବା ବେଳେ ଚାଳକ କାର୍ତ୍ତିକ ସେଠୀ ଙ୍କୁ ଛାତିରେ ଆଘାତ ଘଟିଛି ବୋଲି ଚାଳକ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରି ଦୁର୍ଘଟଣାର ତଦନ୍ତ ଚଳାଇଛି । ପାହାଡିଆ ଅଞ୍ଚଳର ଲୋକେ ସରକାରଙ୍କୁ ବହୁ ଦାବୀ ପରେ ରାୟଗଡ ଠାରୁ ମଣ୍ଡଳ ସାହି ଯାଏ ରାସ୍ତା ହୋଇଅଛି କିନ୍ତୁ ଏହି ରାସ୍ତାରେ ଅଧିକ ସଂଖ୍ୟକ ବୁଲାଣିଆ ରହିଛି। ସେସବୁ ବୁଲାଣିଆ ରାସ୍ତା ଯାହା ଫଳରେ ଗାଡ଼ି ବୁଲଣିଆ ରାସ୍ତାରେ ଆସିବା ବେଳେ କଷ୍ଟ ହେଉଛି। ଯାହା ଫଳରେ ଏହି ପ୍ରକାର ଦୁର୍ଘଟଣା ଘଟୁଛି ବୋଲି ତାଳମୁଣ୍ଡା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରାଜକିଶୋର ଶବର ଅଭିଯୋଗ କରିଛନ୍ତି ।

