Home ଓଡ଼ିଶା ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ତରଫ ରୁ ଆକାଉଣ୍ଟସ ପରୀକ୍ଷା କୁ ନେଇ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୧ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :- ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ଡାକରା ରେ ଓଡିଶା ର ୩୧୭ ଗୋଟି ତାହସିଲ ଶାଖା ପକ୍ଷରୁ ଆକାଉଣ୍ଟସ ପରୀକ୍ଷା କୁ ନେଇ ଥିବା ଅଦରକାରୀ ନିୟମ କୁ ରଦ୍ଦ କରିବା ନେଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ତା ୨୬.୦୮.୨୦୨୨ ରିଖ ରାଜସ୍ୱ ସହାୟକ ଙ୍କ ପାଇଁ ଉଦ୍ଧିଷ୍ଟ ଆକାଉଣ୍ଟସ ପରୀକ୍ଷା ରାଜସ୍ୱ ନିରୀକ୍ଷକ ଏବଂ ରାଜସ୍ୱ ପରିଦର୍ଶକ ମାନେ ନ ଦେବା ବିଷୟ ଉଲ୍ଲେଖ କରାଯାଇ, ସଚିବ, ବୋର୍ଡ ଅଫ ରେଭିନ୍ୟୁ ଏକ ପତ୍ର ନିର୍ଗମ କରାଯାଇଥିଲା। ଯେହେତୁ ରାଜସ୍ୱ ନିରୀକ୍ଷକ ଙ୍କ ନିମନ୍ତେ ୫୫ ଦିନ ପ୍ରଶିକ୍ଷଣ ଏବଂ ୫ ଗୋଟି ପେପର ପରୀକ୍ଷା ଦେବା ର ପ୍ରାବଧାନ ରହି ଅଛି, ଏହା ସତ୍ୱେ ଦୀର୍ଘ୨୩ ବର୍ଷ ବ୍ୟବଧାନ ରେ, ସଚିବ, ବୋର୍ଡ ଅଫ ରେଭିନ୍ୟୁ ଙ୍କ ଦ୍ଵାରାଏଭଳି ଅନାବଶ୍ୟକ ପତ୍ର ନିର୍ଗମନ, ଓଡ଼ିଶାର ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ବ ରାଜସ୍ୱ କ୍ଷେତ୍ର ଅଧିକାରୀ ମାନଙ୍କ ମନ ରେ ଗଭୀର ଅସନ୍ତୋଷ ଏବଂ ପ୍ରଶ୍ନବାଚି ସୃଷ୍ଟି କରିଥିଲା। ପ୍ରକାଶ ଥାଉ କି ଯେ ନିର୍ଗମିତ ପତ୍ର ରେ ଉଲ୍ଲେଖ କରାଯାଇଥିବା ନିୟମ, ଓଡ଼ିଶା ସରକାର ଙ୍କ OMS ନିୟମ୧୯୬୩ ର ମୂଳ ନିୟମ୨୯ ର ଖିଲାପ ଅଟେ। ଉକ୍ତ ଆକାଉଣ୍ଟସ ପରୀକ୍ଷା ନିମନ୍ତେ ନିର୍ଗମିତ ପତ୍ର ଆଗାମୀ ଦିନ ରେ ରାଜସ୍ବ କ୍ଷେତ୍ର ଅଧିକାରୀ ମନଙ୍କ ପଦୋନ୍ନତି, ଇଂକ୍ରିମେଣ୍ଟ ଓ ଅନ୍ୟାନ୍ୟ ସରକାରୀ ସୁବିଧା ରୁ ବାଧକ ହେବ, ଏହା କୁ ଧ୍ୟାନ ରେ ରଖି ରାଜ୍ୟ ସଙ୍ଘ ର କର୍ମକର୍ତ୍ତା ମନେ ଗତ ୨.୧୨.୨୦୨୨ ରିଖ ରେ ସମ୍ମାନୀୟ, ମେମ୍ବ, ବୋର୍ଡ ଅଫ ରେଭିନ୍ୟୁ, କଟକ ଙ୍କ ସହ ସାକ୍ଷାତ କରିଥିଲେ। ଅଦ୍ୟାବଧି ତାହାର କୌଣସି ସୁଫଳ ନମିଳିବାରୁ, ରାଜ୍ୟ ସଙ୍ଘ ର ଡାକରା ରେ ଓଡ଼ିଶାର ୩୧୭ ଗୋଟି ତହସିଲ କାର୍ଯ୍ୟାଳୟ ରୁ ଉକ୍ତ ଅନାବଶ୍ୟକ ନିୟମ କୁ ତୁରନ୍ତ ରଦ୍ଦ କରିବା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ସଙ୍ଘ ର ଉକ୍ତ ନ୍ୟାଯ୍ୟ ଦାବୀ ଶୀଘ୍ର ପୂରଣ ନହେଲେ ଆଗାମୀ କାର୍ଯ୍ୟପନ୍ଥା ସଙ୍ଘ ର କାର୍ଯ୍ୟ କାରିଣୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କର୍ମକର୍ତ୍ତା ମାନେ କହି ଥିଲେ। ଆଜି ମାଲକାନଗିରି ଜିଲ୍ଲା ମୋଟୁ ତହସିଲ କାର୍ଯ୍ୟାଳୟରେ ମୋଟୁ ତହସିଲଦାର ସବିର ଶାହାଙ୍କୁ ପରିଦର୍ଶକ ନିରୀକ୍ଷକ କେ. ଚିନାରାଓ, ରାଜସ୍ବ ନୀରିକ୍ଷକ ଚିନ୍ମୟ ମହାପାତ୍ର, ସର୍ବେଶ୍ଵର ପଢିଆରୀ, ଲକ୍ଷ୍ମୀନାରାୟଣ ଖଣ୍ଡୁଆଳ, ସୁରଜ୍ ବାଳା, ସୁରେଶ ପୂଜାରୀ, ରମାକାନ୍ତ ମିଶ୍ର ଓ ସମିନ୍ଦ୍ର ମିତ୍ର ପ୍ରମୁଖ ସ୍ମାରକ ପତ୍ର ପ୍ରଦାନ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ by Proprietor Abhimanyu Maharana September 12, 2026 ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ by Proprietor Abhimanyu Maharana September 12, 2026 ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା by Proprietor Abhimanyu Maharana September 12, 2026 ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ by Proprietor Abhimanyu Maharana September 12, 2026 ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ by Proprietor Abhimanyu Maharana September 12, 2026 ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026