ମୋହନା ଓ ଆର,ଉଦୟଗିରି ଅଞ୍ଚଳରେ ମୃଦୃ ଭୂମିକମ୍ପ ଆର

୨୨ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଉଦୟଗିରି :- ଆଜି ପ୍ରାୟ ୯ଟା ୪୫ ସମୟରେ । ଘରେ ଥିବା ଜିନିଷ ଦୋହଲିବାକୁ ଲାଗିଲା । କାଚ ଓ ବାସନ ଜିଲ୍ଲାଲଲସନ ଝଣ ଝଣ ହେବାରୁ ହଠାତ ଘରୁ ବାହାରକୁ ଦୌଡି ଆସିଲେ ଲୋକମାନେ । ଖାଲି ପଡିଆ ଜାଗାରେ ଆଶ୍ରୟ ନେଇଗଲେ । ଭୂକମ୍ପ ହେବାରୁ ଲୋକମାନେ ବାହାରକୁ ପଳାଇ ଆସିଥିବା ଜଣାପଡିଥିଲା । ଗଜପତି ଜିଲ୍ଲା ମୋହନା ଓ ଆର.ଉଦୟଗିରି ବ୍ଳକର ବିଭିନ୍ନ ଅଞ୍ଚଳରେ ଆଜି ମୃଦୃ ଭୂକମ୍ପ ଅନୁଭୂତ ହୋଇଛି । ପୂର୍ବାହ୍ନରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ପ୍ରାୟ ୩ରୁ ୪ସେକେଣ୍ଡ ଧରି ଥରିଥିଲା । ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଦୌଡି ଆସିଥିଲେ । ସେହିପରି ସ୍କଲ ଛାତ୍ରଛାତ୍ରୀ ମଧ୍ୟ କ୍କାସରୁ ବାହାରକୁ ପକାଇ ଆସିଥିଲେ ।ସେହିପରି ଲୁହାଗୁଡି, ଅଡବ, ଚାନ୍ଦିପୁଟ, ଚନ୍ଦ୍ରଗିରି, ମହେନ୍ଦ୍ରଗଡ ଓ ଆର,ଉଦୟଗିରି ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଗଞ୍ଜାମ – ଗଜପତି ସୀମାନ୍ତ ଅଞ୍ଚଳ ହୋଇଥିବା ବେଳେ ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଥିଲା । ଏହାର ପ୍ରଭାବ ଉପତି ସ୍ଥଳର ପାଞ୍ଚ କିମି ପରିଧିରେ ପଡିଥିବା ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲେଇ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ କୌଣସି ବଡ ଧରଣର କ୍ଷୟକ୍ଷତି ଘଟି ନାହିଁ ।

 

Exit mobile version