Home ଓଡ଼ିଶା ମୋହନା ବ୍ଲକରେ ଥିବା ଲଖାରୀ ଅଭୟାରଣ୍ୟ ମଧ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟ ବନ୍ଦ ଲୋକେ ଅସୁବିଧାର ସମ୍ମୁଖୀନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୧ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତ କୁ ଲାଗି ରହିଥିବା ଲଖାରି ଅଭୟାରଣ୍ୟ ପାରଳାଖେମୁଣ୍ଡି ବନଖଣ୍ଡ ଏବଂ ଚନ୍ଦ୍ରଗିରି ବନାଞ୍ଚଳ ଅଧୀନରେ ଆସୁଛି।ଏହାର ବନାଞ୍ଚଳ ଅଧିକାରୀ ଗଞ୍ଜାମ ଜିଲ୍ଲା ପୁଡ଼ାମାରି ଠାରେ ଅବସ୍ଥିତ।ଏହି ଅଭୟାରଣ୍ୟ କେବଳ ହାତୀ ମାନଙ୍କ ନିମନ୍ତେ ଗଠନ ହୋଇଛି।ଏହି ଅଭୟାରଣ୍ୟ ଆନୁମାନିକ ୨୮୫୦୦ବର୍ଗ ହେକ୍ଟୋର ମଧ୍ୟରେ ଅବସ୍ଥିତ।ବର୍ତ୍ତମାନ ଓଡ଼ିଶାରେ ଏହି ଅଭୟାରଣ୍ୟ କୁ ମିଶାଇ ସର୍ବମୋଟ ଅଠରଟି ଅଭୟାରଣ୍ୟ ଥିବା ସୂଚନା ମିଳିଛି। ରାଜ୍ୟ ଏବଂ କେନ୍ଦ୍ର ସରକାର ସବୁ ଅଭୟାରଣ୍ୟ ନିମନ୍ତେ ଗୋଟିଏ ନିୟମ ପ୍ରଣୟନ କରିଛନ୍ତି।ଏହି ସବୁ ଅଭୟାରଣ୍ୟ ମଧ୍ୟରେ କୌଣସି ପରିସ୍ଥିତିରେ ମଧ୍ୟ ଉନ୍ନୟନ ମୂଳକ କାର୍ଯ୍ୟ କିମ୍ବା ଜନବସତି ହୋଇପାରିବ ନାହିଁ।କିନ୍ତୁ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ସବୁ ନିୟମ ଜାଣି ମଧ୍ୟ କିପରି ଲଖାରି ଅଭୟାରଣ୍ୟ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଧାପନ୍ତରିଆ ଭାବେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନିର୍ମାଣ କରି ଦୀର୍ଘ ଦିନ ହେଲା ବନ୍ଦ କରିଛି ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକମାନେ ସେହି ରାସ୍ତା ଦେଇ ଯା ଆସ କରିପାରୁ ନାହାନ୍ତି। ଲଖାରି ଅଭୟାରଣ୍ୟ ଚାରିପାଖ ପାହାଡ଼ ଥିବାବେଳେ ମଧ୍ୟ ଭାଗରେ ବିସ୍ତୀଣ୍ଣ ସମତଳ ଜାଗା ରହିଛି। କାମାରାଖାଲି ପର୍ବତ ନିକଟରୁ ଝୁଲନାଳ ନାମରେ ଏକ ନାଳ ବାହାରିଛି ସେହି ନାଳକୁ ବର୍ତ୍ତମାନ ସେହି ଅଞ୍ଚଳରେ ବୁଲୁଥିବା ହାତୀ ମାନେ ପାଣି ପିଇବାକୁ ଆସନ୍ତି।ସେହି ଅଭୟାରଣ୍ୟ ମଧ୍ୟରେ କମରାଖାଲି ଏବଂ ବାଲିଗଣ୍ଡା ଦୁଇ ଗ୍ରାମର ଶତାଧିକ ଲୋକ ବାସ କରନ୍ତି।ସେହି ମାନେ ବର୍ତ୍ତମାନ ସୁଦ୍ଧା ପାନୀୟ ଜଳ, ବିଦ୍ୟୁତ, ରାସ୍ତା, ଶିକ୍ଷା କୌଣସି ସୁବିଧା ନ ପାଇ ଅସୁବିଧାରେ ଚଳୁଥିବା ଦେଖିବାକୁ ମିଳୁଛି।ଜିଲାପାଳ ଏବଂ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟିଦେଇ ଅଧାପନ୍ତରିଆ ରହିଥିବା ରାସ୍ତା ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି। Categories: ଓଡ଼ିଶା, ଗଜପତି Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026