ମୋହନା ବ୍ଲକ୍ର ଚୁଡ଼ଙ୍ଗପୁର ପଞ୍ଚାୟତ ର ଗୁମିଗୁଡା ଠାରେ ଆଞ୍ଚଳିକ ଗୃହ ଉଦ୍ଘାଟନ

୨୧ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଆର.ଉଦୟଗିରି :-  ମୋହନା ବ୍ଲକର ଦୁର୍ଗମ ଗ୍ରାମ ପଞ୍ଚାୟତ ଚୁଡୁଙ୍ଗପୁର ଅନ୍ତର୍ଗତ ଗୁମିଗୁଡା ଠାରେ ଆଜି ଆଡମ୍ବର ସହ ଆଞ୍ଚଳିକ ଗୃହ ଉଦଘାଟନ କରିଛନ୍ତି ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର ଓ ବିଶିଷ୍ଟ ସମାଜସେବୀ ତଥା ଜିଲ୍ଲାର ବିଜେଡି ନେତା ଜଗବନ୍ଧୁ ଦାସ।ଉଦ୍ଘାଟନ ଉସଵ ବେଳେ ମୁଖ୍ୟ ବକ୍ତା ଭାବରେ ନୁଆଗଡ଼ ର ଉପେନ୍ଦ୍ର ପରିଛା ଧର୍ମ ଗୁରୁ ମୋହଦୟ, ମୁଖ୍ୟ ଅତିଥି ଭାବରେ ,ମୋହନା ବ୍ଲକ୍ ର ବ୍ଲକ୍ ଅଧ୍ୟକ୍ଷ ରଞ୍ଜୀବ ଶବର ସ୍ଥାନୀୟ ସରପଞ୍ଚ ମୋହଦୟା,ସମିତି ସଭ୍ୟ ରା,ଉଦୟଗିରି ବ୍ଲକ୍ ର ପୂର୍ବତନ ଜିଲ୍ଲା ପରିଷଦ, ତଥା ବରିଷ୍ଠ ସମାଜସେବୀ ଶ୍ରୀ ଜଗବନ୍ଧୁ ଦାସ, ତଥା ଗୁମିଗୁଡା ଏରିଆ ମଣ୍ଡଳୀ ର ସମସ୍ତ ଚାଳକ ,ସମ୍ପାଦକ,ତଥା ଏରିଆ ଘରର ପରିଚାଳନା କମିଟିର ସମସ୍ତ ସଦସ୍ୟ,ତଥା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବୁଦ୍ଧିଜୀବି ଉପସ୍ଥିତ ଥିଲେ।ବ୍ଲକ ଅଧ୍ୟକ୍ଷ ଏବଂ ସମାଜ ସେବୀ ଦୁହେଁ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ବୁଲି ଗରିବ ଖଟିଖିଆ ଲୋକଙ୍କ ଅଭାବ ଅସୁବିଧା ବୁଝି ସମାଧାନ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସାଧାରଣ ଲୋକ ଖୁସି ବ୍ୟକ୍ତ କରିଛନ୍ତି।

Exit mobile version