କାତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସଵ ପାଳିତ

୨୦ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :- ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଉତ୍ସଵ ପାଳିତ ହୋଇଅଛି ।ଶିଶୁ ହସିଲେ ଦୁନିଆ ହସେ ର ବାର୍ତ୍ତା ନେଇ ଅନୁଷ୍ଠାନର କୁନି କୁନି ଛାତ୍ର ଛାତ୍ରୀ ମାନେ କଳା ମାଧ୍ୟମରେ ଅତିଥି ମାନଙ୍କ ଆଗରେ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ ମୋହନା ନିର୍ବାଚନ ମଣ୍ଡଳୀ ର ବିଧାୟକ ଦାଶରଥି ଗମାଙ୍ଗ , ସମ୍ନାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କୁମୁଦିନୀ ଗମାଙ୍ଗ ,ଆର, ଉଦୟଗିରି ବ୍ଲକ୍ ଉପାଧ୍ୟକ୍ଷା ବିଜୟଲକ୍ଷ୍ମୀ ପଟ୍ଟନାୟକ, ସ୍ଥାନୀୟ ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ଗମାଙ୍ଗ ,ସାଂସଦ ପ୍ରତିନିଧି ତଥା ବିଶିଷ୍ଟ ସମାଜସେବୀ ଜଗବନ୍ଧୁ ଦାସଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ରାମଗୀରିର ବିଧାୟକ ପ୍ରତିନିଧି ଗୋପାଳ ଦଳାଇ ଉପସ୍ଥିତ ଥିଲେ । କାର୍ଯ୍ୟ କ୍ରମ ଟିକୁ ପରିଚାଳନା କରିଥିଲେ ସ୍ଥାନୀୟ ସ୍କୁଲର ପ୍ରିୟ ହିନ୍ଦୀ ସାର୍ ।ଛାତ୍ର ଛାତ୍ରୀ ଙ୍କର ଏଭଳି ସମାଜ ପ୍ରତି ବାର୍ତ୍ତା ଦେଖି ଅତିଥି ମାନେ ଖୁସି ବ୍ୟକ୍ତି କରିଛନ୍ତି । ଅତିଥି ମାନେ ଛାତ୍ର ଛାତ୍ରୀ ଙ୍କୁ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ବା ସହ ଉତିନ୍ନ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ ।

Exit mobile version