ଡକାୟତ ଗ୍ୟାଙ୍ଗଙ୍କୁ କାବୁ କରି ବଡ଼ ସଫଳତା ହାତେଇଛି ମଞ୍ଚେଶ୍ୱର ଥାନା ପୋଲିସ

୨୦ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ମଞ୍ଚେଶ୍ଵର ଥାନା ପୁଲିସ  ନିମ୍ନୋକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ସୂଚନାଯୋଗ୍ୟ ଯେ, ମଞ୍ଚେଶ୍ଵର ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ସନ୍ଧ୍ୟାକାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ସମେଇଗଡିଆ ଅନ୍ତର୍ଗତ ସୋମନାଥ ୟୁଥ କ୍ଲବ ପଛ ପାଖରେ ଥିବା ଏକ ଶୂନଶାନ ଜାଗାରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ଏକତ୍ର ହୋଇ ସଶସ୍ତ୍ର ଡକାୟତି କରିବା ନିମନ୍ତେ ପ୍ରାକ ପ୍ରସ୍ତୁତି କରୁଥିବା ନେଇ ସୂଚନା ପାଇଥିଲେ । ଏହି ସୂଚନା ପାଇବା ପରେ ପେଟ୍ରୋଲିଙ୍ଗ ଟିମ ଘଟଣା ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ନିମ୍ନୋକ୍ତ ୩ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ସେମାନଙ୍କ ନିକଟରୁ ୨ଟି ମୋଟରସାଇକେଲ ଏବଂ ଡକାୟତିରେ ବ୍ୟବହାର ଲାଗି ପାଖରେ ରଖି ଥିବା ଗୋଟିଏ ଲୁହା ଛଡ, ୨ଟି କଟୁରୀ, ଗୋଟିଏ ଖଣ୍ଡା ଏବଂ କିଛି ଲଙ୍କା ଗୁଣ୍ଡ ପ୍ୟାକେଟ ଜବତ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ, ବିଳମ୍ବିତ ରାତିରେ ଭୁବନେଶ୍ଵର ସହର ମଧ୍ୟରେ ଡକାୟତି କରିବା ଲାଗି ଉକ୍ତ ସ୍ଥାନରେ ଯୋଜନା କରୁଥିବା କଥା ସ୍ଵୀକାର କରିଥିଲେ । ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅନେକ ମାମଲା ମାନ ରହିଛି । ସେଥି ମଧ୍ୟରୁ ଅଭିଯୁକ୍ତ ସାଜନ ସମନ୍ୱୟଙ୍କ ନାମରେ ମଞ୍ଚେଶ୍ଵର ଥାନାରେ ୩ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ରାଉତଙ୍କ ନାମରେ ମଞ୍ଚେଶ୍ଵର ଥାନା ଓ ଶହୀଦନଗର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି ଏବଂ ଅଭିଯୁକ୍ତ ଜୀବନଜ୍ୟୋତି ମହାନ୍ତିଙ୍କ ନାମରେ ମଞ୍ଚେଶ୍ଵର ଥାନାରେ ଗୋଟିଏ ମାମଲା ରହିଛି । ଉକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ୪୮୬/୨୨ ରେ ଏକ ମାମଲା ରୁଜ୍ଜୁ କରାଯାଇ ଆଇନଗତ କାର‌୍ୟନୁଷ୍ଠାନ ପରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।1. Sajan Samanuya (29), S/0-Bijaya Ketan Sethi, Vill-Hatibari, road, Dist-Jajpur, A/p- Trinath Bazar, Nakhara, PS-Cuttack Sadar, Dist-Cuttack.
2. Soumya Ranjan Rout (23), S/o- Bibhuti Ranjan Rout, Vill- Kerama, PS- Town, Dist- Kendrapada, A/p- Gopabandhu Basti, PS-Mancheswar, Bhubaneswar UPD.
3. Jibanjyoti Mohanty (25), S/0-Pratap Kumar Mohanty, Vill-Manitri, PS- Fategarh, Dist-Nayagarh, A/p- Bidyapati Nagar, Chakeisiani, PS- Mancheswar, Bhubaneswar UPD.

Exit mobile version