ସେବା ପ୍ରାଧିକରଣର ମିଳିତ ଆନୁକୁଲ୍ୟରେ ମହିଳା ହିଂସା ବିରୋଧୀ ସଚେତନତା ଶିବିର

୨୦ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ତା ୨୦ ।୧୨ ।୨୦୨୨ ରିଖ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ସ୍ଵେଚ୍ଛା ସେବୀ ଅନୁଷ୍ଠାନ ସେବା ଓ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ମିଳିତ ଆନୁକୁଲ୍ୟରେ ତଥା ରାଜ୍ୟ ସରକାର ଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଆର୍ଥିକ ସହାୟତାରେ ସେବା ପରିସରରେ ଏକଦିବସୀୟ ମହିଳା ଘରୋଇ ହିଂସା ବିରୋଧୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି l ସେବାର ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ବିଶେଷ କୁମାର ସାହୁ ଯୋଗଦେଇ ଘରୋଇ ହିଂସା ଶିକାର ହେଉଥି ବା ମହିଳା ମାନଙ୍କ ପାଇଁ ଥିବା। ଆଇନ୍ ଉପରେ ଆଲୋକପାତ କରିଥି ଲେ l

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଦସ୍ୟ ମହମ୍ମଦ ଓମାର୍ ମଲ୍ଲିକ ମହିଳା ହିଂସାର ସାମାଜିକ ଦିଗ ଉପରେ ବକ୍ତବ୍ୟ ରଖିଥିଲେ l ସମ୍ମାନିତ ଅତିଥି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମମତାରଣୀ ପାତ୍ର ଲିଙ୍ଗ ଗତ ବିଭେଦତା ଦୁର କରିବ ଦିଗରେ ସଚେତନ କରିଥଲେ l ଜିଲ୍ଲା ସୁରକ୍ଷା ଅଧିକାରୀ ଉର୍ମିଳା ପରିଡ଼ା କାର୍ଯ୍ୟକ୍ରମ ସମ୍ବନ୍ଧ ରେ ସୂଚନା ପ୍ରଦାନ କରିଥଲେ l ଅନ୍ୟତମ ସମ୍ମାନିତ ଅତିଥି ଦୈନିକ ସମ୍ବାଦ ର ଜିଲ୍ଲା ସାମ୍ବାଦିକ ଶ୍ରୀଯୁକ୍ତ ରିତେନ୍ଦ୍ର ଛାଟୋଇ ସାଂପ୍ରତିକ ବସ୍ତୁ ବାଦି ସମାଜରେ ଘାରୋଇ ହିଂସାର ବୃଦ୍ଧିକୁ ରୋକିବା ଦିଗରେ ସମ୍ବାଦ ପତ୍ର ର ଭୂମିକା ଉପରେ ଆଲୋକ ପାତ୍ କରିଥଲେ l

ଶେଷରେ ସେବା ସ୍ଵଧାର ଗୃହ ର ପରି ଚାଲିକା ବନିତା ମଲ୍ଲିକ ଓ ପରାମର୍ଶ ଦାତ୍ରୀ ସରିତା ଆଚାର୍ଯ୍ୟ ବିଗତ ତିନି ବର୍ଷ ମଧ୍ୟରେ ଜିଲ୍ଲାରେ ଘରୋଇ ହିଂସା ର ଶିକାର ହୋଇଥିବା ମହିଳା ମା ଙ୍କ ପରିସଂଖ୍ୟାନ ଉପସ୍ଥାପିତ କରିଥିଲେ l ଶେଷରେ ସେବା ସ୍ୱତନ୍ତ୍ର ବିଦ୍ୟାଳୟ ର ଅଧ୍ୟକ୍ଷ ବୈକୁଣ୍ଠ ନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଶିବିରରେ ସମୁଦାୟ 60 ଜଣ ମହିଳା ଅଂଶଗ୍ରହଣ କରିଥଲେ l

Exit mobile version