Home ଓଡ଼ିଶା କେସିସି ନିର୍ଦ୍ଦେଶକ ଗୋପୀ ପାଙ୍ଗୀଙ୍କ ଦ୍ଵାରା କୁଡୁମୁଲୁଗୁମ୍ମା ଧାନ ମଣ୍ଡିର ଶୁଭାରମ୍ଭ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୯ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) କୁଡୁମୁଲୁଗୁମ୍ମା :- କୁଡୁଲୁଗୁମ୍ମା ନିକଟସ୍ଥ ଧାନ ମଣ୍ଡି ପଡ଼ିଆରେ ଚଳିତ ଖରିଫ ଋତୁ ପାଇଁ ଧ୍ୟାର୍ଯ୍ୟ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି । କୁଡୁମୁଲୁଗୁମ୍ମା ଲ୍ୟାମ୍ପ ସଭାପତି ତଥା କେସିସି ନିର୍ଦ୍ଦେଶକ ଗୋପୀ ପାଙ୍ଗୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ ମଙ୍ଗଳା ମାଢୀ, ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ଲ୍ୟାମ୍ପ ନିର୍ଦ୍ଦେଶକ ସାଧୂ ହନ୍ତାଳ, ହେମନ୍ତ କୁମାର ଦାସ ଓ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚାଷ ଓ ଚାଷୀଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ ସମ୍ପର୍କିତ ଖବର ବିଷୟରେ ଲ୍ୟାମ୍ପ ପରିଚାଳକ ସୁଚନା ଦେଇ କହିଥିଲେ ଯେ ଚାଷୀ ମାନେ ବର୍ତ୍ତମାନ ସେମାନଙ୍କ ଅଭିଯୋଗ ଗୁଡିକୁ ଲେଖି ଏକ ସ୍ବତନ୍ତ୍ର ଅଭିଯୋଗ ପେଟି ରେ ପକାଇ ପାରିବେ ଯାହା ଫଳରେ ଚାଷୀ ମାନଙ୍କର ଧାନ ବିକ୍ରି ଯନିତ ସମସ୍ୟାର ତ୍ୱରିତ ସମାଧାନ ହେଇପାରିବ । ଏହି ଉଦଘାଟନ କାର୍ଯ୍ୟକ୍ରମ ଟିକୁ ଲ୍ୟାମ୍ପ ପରିଚାଳକ ରମେଶ ଚନ୍ଦ୍ର ରାଉତ ପରିଚାଳନା କରିଥିଲାବେଳେ ଲ୍ୟାମ୍ପ କର୍ମଚାରୀ ଅନୀଲ କୁମାର ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ by Proprietor Abhimanyu Maharana September 12, 2026 ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026 ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026