ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ….

୧୯ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା  । ଏହି ଅଭିଯୋଗ ଶୁଣାଣି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଆର. ଉଦୟଗିରି ଉପ-ଆରକ୍ଷୀ ଅଧ୍ୟକ୍ଷ ଦିଲ୍ଲୀପ କୁମାର ନାୟକ ଅଭିଯୋଗ ଶୁଣାଣି କରିଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ ମୋହନା ବ୍ଲକର ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ଅଧିକାରୀଙ୍କ ଠାରେ ନିଜ ନିଜର ଅଭିଯୋଗ ଦାଖଲ କରିଥିଲେ  । ଏହି ଅଭିଯୋଗ ମଧ୍ୟରେ ଶିକ୍ଷକ ନିଯୁକ୍ତି, ପାନୀୟ ଜଳ, ରାସ୍ତା, ସ୍ଵାସ୍ଥ୍ୟ ସମ୍ପର୍କିତ ଥିବା ଦେଖିବାକୁ ମିଳିଥିଲା । ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଅଭିଯୋଗ ଗୁଡିକର ବିଭାଗୀୟ ଅଧିକାରୀଙ୍କୁ ସଙ୍ଗେ ସଙ୍ଗେ ସମାଧାନ କରିବା ପାଇଁ ନିର୍ଦେଶ ଦେଇ ଅଭିଯୋଗ ଗୁଡିକର ସମାଧାନ କରିବା ସହ କେତକ କିଛି ଦିନ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ରମାକାନ୍ତ ଚୌଧୁରୀ, ସରପଞ୍ଚ ପଲ୍ଲଭି ମଣ୍ଡଳ, ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକରିଣୀ ଡକ୍ଟର. ନମିତା ପଣ୍ଡା,ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା, ଡି. ଆର. ଡି. ଏ. ନିର୍ବାହୀ ଯନ୍ତ୍ରୀ ଜ୍ୟୋତିରାଜ ଅଧିକାରୀ, ମୋହନା ବ୍ଲକ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ, ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ, ପଂଚାୟତ ନିର୍ବାହୀ ଅଧିକାରୀ ସଦାଶିବ ପାତ୍ର, ବ୍ଲକ ଶିକ୍ଷା ଅଧିକାରୀ ଦେବଦାସ ତମରାପୁ, ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲ୍ଲିକ, ଜିଲ୍ଲା ଯୋଗାଣ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଉମାସଙ୍କର ମଲ୍ଲିକ,ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇ, ଙ୍କ ସମେତ ରାସ୍ତା ଓ କୋଠବାଡୀ ବିଭାଗ, କୃଷି ବିଭାଗ, ଉଠା ଜଳସେଚନ ବିଭାଗ,ଗ୍ରାମ୍ୟ ପାନୀୟ ଜଳ ବିଭାଗ, ଅବକାରୀ ବିଭାଗ, ବନ ବିଭାଗ, ସହ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଅଭିଯୋଗ ଶୁଣି ସମାଧାନ କରିଥିଲେ । ଏହାକୁ ବ୍ଲକ କର୍ମକର୍ତ୍ତା ସୁଚାରୁରୂପେ ପରିଚାଳନା କରିଥିଲେ ।

Exit mobile version