Home ଓଡ଼ିଶା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୯ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ପୁରୀ :- ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିଛନ୍ତି। ୨୦୨୨-୨୩ ବର୍ଷ ପାଇଁ ପୁରୀ ଜିଲ୍ଲାର ୧୫୯ ଜଣ ବରିଷ୍ଠ ନାଗରିକ ରାଜସ୍ଥାନ ର ଆଜମେର ଓ ପୁଷ୍କର ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି।ଏହି ଯାତ୍ରା ୨୦୨୩ ମସିହା ମାର୍ଚ୍ଚ ୪ ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ କରିବା ପାଇଁ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ତୀର୍ଥଯାତ୍ରାରେ ଯିବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଙ୍କୁ ନିୟମାବଳୀ ସମ୍ପର୍କରେ ସୂଚନା ଦେବା ସହ ଏହାର ଆବେଦନ ପାଇଁ ବିଭିନ୍ନ ଅଧିକାରୀ,ବିଡ଼ିଓ, ତହସିଲଦାର ଓ ସିଡିପିଓ ମାନଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ। ଆଗ୍ରହୀ ବରିଷ୍ଠ ବ୍ୟକ୍ତି ଙ୍କ ବୟସ ୬୦ ବର୍ଷ ରୁ ଉର୍ଦ୍ଧ୍ବ ଓ ୭୫ ବର୍ଷ ରୁ କମ ହେବା ବାଞ୍ଛନୀୟ। ସେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ,ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବେ। ୭୦ ବର୍ଷ ରୁ ୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଜଣେ ୧୮ ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତି ସହାୟକ ଭାବେ ଯାଇ ପାରିବେ। ତେବେ ସହାୟକ ଙ୍କୁ ଗସ୍ତ ଖର୍ଚ୍ଚ ର ଅଧା ଅର୍ଥ ବହନ କରିବାକୁ ପଡିବ। ଆବେଦନକାରୀ ନିର୍ଦ୍ଧାରିତ ଫର୍ମ ପୂରଣ କରି ନିଜ ଫଟୋ,ସ୍ଥାୟୀ ଠିକଣା ର ପ୍ରମାଣ ପତ୍ର, ଆଧାର କାର୍ଡ ର ପ୍ରମାଣପତ୍ର,ବୟସ ପ୍ରମାଣପତ୍ର, ଆର୍ଥିକ ଦୁର୍ବଳ ଶ୍ରେଣୀ ସଂକ୍ରାନ୍ତୀୟ ପ୍ରମାଣ ପତ୍ର ସଂଲଗ୍ନ କରି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଚଳିତ ମାସ ୨୯ ତାରିଖ ସୁଦ୍ଧା ଦାଖଲ କରିବାକୁ ହେବ। www.dot.odishatourism.gov.in ରେ ଫର୍ମ ଉପଲବ୍ଧ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ ସୂଚନା ଦେଇଥିଲେ। ସେହିପରି ୨୦୧୯-୨୦ ବର୍ଷର ତୀର୍ଥଯାତ୍ରା ପାଇଁ ୧୪୬ ଜଣ ବରିଷ୍ଠ ନାଗରିକ ୨୦୨୩ ଜାନୁଆରୀ ୨୭ ରୁ ଆହ୍ଲାବାଦ ଓ ବନାରସ ଗସ୍ତରେ ଯିବେ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ଏଥିରେ ଏ ଡି ଏମ ଓ ଡା ବିରଜା ଶଙ୍କର ରଥ,ପୋଲିସ ଡି ଏସ ପି ଅଶ୍ରିତା ପରମିତା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ବିକାଶ କୁମାର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ ବେହେରା ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। Categories: ଓଡ଼ିଶା, ପୁରୀ Related Content କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ ରେ ୮୦ତମ ସ୍ଵଧାନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ୮୦ ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି by Proprietor Abhimanyu Maharana August 16, 2026 ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ by Proprietor Abhimanyu Maharana August 16, 2026 ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026