
୧୯ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର ,ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ଵତନ୍ତ୍ର ବିଦ୍ୟାଳୟ , କଣ୍ଟେଇକୋଳି, ମୋହନା, ଗଜପତି । ତାରିଖ – ୧୮/୧୨/୨୦୨୨ ଅବସରପ୍ରାପ୍ତ ଭାରତୀୟ ସ୍ଥଳ ସେନା ଅଧିକାରୀ ତିବତିଆନ ଓ ତାଙ୍କ ୨ ପରିବାର ବର୍ଗ ଏବଂ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ, ବ୍ଲକ ସଭାପତି ଶଙ୍କର ପ୍ରଧାନ, ଲକ୍ଷ୍ମଣ ଦଳାଇ, ଶିକ୍ଷାବିତ ମଧୁସୁଧନ ପାଢ଼ୀ ଓ କୁନା ପାତ୍ର ଉକ୍ତ ଦିବ୍ୟାଙ୍ଗ ଅନୁଷ୍ଠାନ ରେ ଅଦ୍ୟ ତା ୧୮/୧୨/୨୦୨୨ ରବିବାର ଦିବା ୩ ଘଣ୍ଟା ସମୟରେ ପରିଦର୍ଶନ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସେମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତତ୍ପରେ ତିବତିଆନ ପରିବାର ଅନୁଷ୍ଠାନ କୁ ଶୀତ ବସ୍ତ୍ର ପ୍ରଦାନ ସହ ବେଡ ମଧ୍ଯ ପ୍ରଦାନ କରିଥିଲେ ଏହାକୁ ବଣ୍ଟନ କରିଥିଲେ ଶ୍ରୀ ଦାଶରଥି ଗମାଙ୍ଗ ବିଦ୍ୟାଳୟର ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ । ଅନୁଷ୍ଠାନ ର କୋଣ ଅନୁକୋଣ ପରିଦର୍ଶନ କରିବା ସହ ଆଗାମୀ ଦିନରେ ଅନୁଷ୍ଠାନର ସୁବିଧା ଅସୁବିଧାରେ ଯୋଗଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ବିଧାୟକ ଶ୍ରୀ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନନ୍ଦ ମୁଖରିତ କରିଥିଲେ ।ବିଦ୍ୟାଳୟ ପରିଚାଳନା କମିଟି ର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁ, କମିଟି ବୃନ୍ଦ ଏବଂ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।ପରିଶେଷରେ ସମ୍ପାଦକ ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

