୧୯ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ସଦର ମହକୁମାର ୧୪ନମ୍ବର ୱାର୍ଡ ଅନ୍ତର୍ଗତ ପରାଜାଗୁଡାର ଭିମା ବାଘ ନାମକ ବ୍ୟକ୍ତିଙ୍କ ପୁଅ ଟୁନା ଘର ଉପରୁ ପଡି ଗୁରୁତର ଆହତ ହୋଇଥିବା ବେଳେ ତାର ଅଣ୍ଟା ରେ ଆଘାତ ଲାଗିବାରୁ ଚଳ ପ୍ରଚଳ ରେ ବାଧା ଉପୁଜୁଥିଲା । ତେବେ ସେ ହୁଇଲ ଚେୟାର ସାହାଯ୍ୟ ରେ ଯାତାୟାତ କରୁଥିବା ବେଳେ ଏହା ମାଲକାନଗିରି ବିଜୁ ଜନତା ଦଳର 
ବରିଷ୍ଠ କର୍ମୀ କେ ରାହୁଲ ଦେଖିବା ପରେ ତୁରନ୍ତ ତାଙ୍କ ଘରକୁ ଯାଇ ସମସ୍ତ ବିଷୟରେ ବୁଝି ତାଙ୍କ ନିମନ୍ତେ ପୋୖର ପରିଷଦରେ ଯୋଗଯୋଗ କରି ତାଙ୍କୁ ଦିବ୍ୟଙ୍ଗ ଭତ୍ତା ବ୍ୟବସ୍ଥା କରାଇବା ସହ ଆଗାମୀ ଦିନରେ ଅନ୍ୟନ୍ୟ ସୁବିଧା ଯୋଗାଇବା ପାଇଁ ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟ ରେ ଦଳୀୟ କର୍ମୀ ବାଦଲ ଦେବନାଥ ମଧ୍ୟ ସହଯୋଗ କରିଛନ୍ତି । ତେବେ ସରକାରୀ ସହାୟତା ପାଇ ଟୁନା ଏବଂ ତାଙ୍କ ପରିବାର ଲୋକେ ଶ୍ରୀ ରାହୁଲ ଓ ବାଦଲ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

