ଗୋପବନ୍ଧୁ ଆଞ୍ଚଳିକ ମହାବିଦ୍ୟାଳୟ ପରିସର ରେ ବ୍ଳକ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ

୧୯ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) କାଲିମେଳା :- ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଗୋପବନ୍ଧୁ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ । ଅନୁଷ୍ଠାନ ପ୍ରାରମ୍ଭରେ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପପ୍ରଜ୍ଜ୍ୱଳନ କରାଯାଇଥିଲା, ପରେ ମୁଖ୍ୟ ଅତିଥି ମାନେ ଖେଳ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଏହି ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବ୍ଳକ ଅଧ୍ୟକ୍ଷା ସୁଭାସିଣି ସୋଡି, ସମ୍ମାନିତ ଅତିଥି ଭାବରେ ତହସିଲଦାର ଚାଇନୁ ଗଣ୍ଡ ଓ ସଭାପତି ଭାବରେ ଏ.ବି.ଡି.ଓ ବସନ୍ତ କୁମାର ବେହେରା ଯୋଗ ଦେଇ ଥିଲେ।ମୁଖ୍ୟ ବକ୍ତା ହିସାବରେ ବି.ଇ.ଓ ରମେଶ ଚନ୍ଦ୍ର ବାରୋଇ ଭାଷଣ ଦେଇଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ କାଲିମେଳା ସରପଞ୍ଚ ପୃଥିରାଜ ମାଝୀ,କୋଇମେଟଳା ସରପଞ୍ଚ ମୁନ୍ନା ପଡ଼ିଆମି, ହିମାଂଶୁ ଦତ୍ତ,ପ୍ରଶାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ । ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ପଞ୍ଚାୟତର ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସଫଳ ହୋଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

 

Exit mobile version