ଶିକ୍ଷା ଅଧିକାର ଯାତ୍ରା ଦ୍ୱାରା ଆରର୍ଟିଇ ଅଭିଭାବକ ଚି଼ହ୍ନଟ ପ୍ରକିୟା ଆରମ୍ଭ କଲା ଓଡିଶା ଅଭିଭାବକ ମହାସଂଘ – ନୟାପଲ୍ଲୀରୁ ଆରମ୍ଭ !

୧୮ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଆରଟିଇ ବା ଶିକ୍ଷା ଅଧିକାର ଆଇନ ଅନୁଯାଇ ପ୍ରତ୍ୟେକ ପ୍ରାଇଭେଟ ସ୍କୁଲରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କ ପାଇଁ 25% ସିଟ ସଂରକ୍ଷଣ ବ୍ୟବସ୍ଥା ରହିଛି l ଓଡ଼ିଶା ଅଭିଭାବକ ମହାସଂଘର ଉଦ୍ୟମ ଫଳରେ ଚଳିତ ବର୍ଷ ଚଉଦ ହଜାର ଓ ଗତ bବର୍ଷ ପାଞ୍ଚ ହଜାର ପିଲା ନାମ ଲେଖେଇଥିଲେ l ଏହା ସମ୍ପୂର୍ଣ କାଯ୍ୟକାରୀ ହେଲେ ବର୍ଷକୁ 67 ହଜାର ପିଲା ନାମ ଲେଖେଇ ପାରିବେ l ଏହାକୁ ମିଶନ ମୋଡ଼ରେ ନେଇ ପ୍ରଥମେ ଭୁବନେଶ୍ୱରର ସମସ୍ତ ବସ୍ତି ସlହି ଗଳିରେ ବୁଲି ଯୋଜନାର ସବିଶେଷ ବିବରଣୀ ପ୍ରଦାନ କରିବା ସହ ଶିକ୍ଷା ଅଧିକାର ଆଇନରେ ପାଠ ପଢ଼ୁବା ପାଇଁ ଯୋଗ୍ୟଥିବା ଅଭିଭାବକ ଚିହ୍ନଟ କରିବାକୁ ଏହି ଶିକ୍ଷା ଅଧିକାର ଯାତ୍ରା କରାଯାଉଛି l

ଆଜି ସଖାଳୁ ଏହି କ୍ରମରେ ନୂଆପଲ୍ଲୀ ଠାରୁ ଶିକ୍ଷା ଅଧିକାର ଯାତ୍ରା କାର୍ଯ୍ୟକ୍ରମ ଓଡିଶା ଅଭିଭାବକ ମହାସଂଙ୍ଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଙ୍କ ନେତୃତ୍ବରେ ଶୁଭାରମ୍ଭ କରାଯାଇଛି l ଆସନ୍ତା ଏକ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସଖାଳୁ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ସଚେତନତା କାର୍ଯ୍ୟକ୍ରମ ଚାଲିବ l

ଏହି ଶିକ୍ଷା ଅଧିକାର ଯାତ୍ରାର ଉଦେଶ୍ୟ ହେଲା

1-ଯୋଜନାରେ ସାମିଲ ହେବା ପାଇଁ ପିଲାଙ୍କ ଚିହ୍ନଟ l
2-ଯୋଜନା ଅନୁଯାଇ ସବୁ ପିଲାଙ୍କୁ ସ୍କୁଲ ବହି ଖାତା, ସ୍କୁଲ ପୋଷାକ, ଜୋତା, ଟାଇ ଓ ମଧ୍ୟାହ୍ନ ଭୋଜନ ଯୋଗାଣ କୁ ସୁନିଶ୍ଚିତ କରିବା l
3-ଯୋଜନାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ନିଃଶୁଳ୍କ ପାଠ ପଢ଼ା ବ୍ୟବସ୍ଥାକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ଦାବୀ
4-ଅଭିଭାବକ ମାନଙ୍କ ସୁବିଧା ପାଇଁ ଆବେଦନ ବ୍ୟବସ୍ଥା ଥିବା ପାରଦର୍ଶୀ ପୋର୍ଟାଲରେ ଆବେଦନ ସୁବିଧା ବର୍ଷ ସାରା ଖୋଲା ରଖିବା l

ଆଜି ଏହି ଶିକ୍ଷା ଅଧିକାର ଯାତ୍ରାରେ ନୟାପଲ୍ଲୀ ଭୋଇସାହି, ବେହେରା ସାହି, ଓ ବିଭିର୍ଣ୍ଣ ଛୋଟ ଦୋକାନୀ, ଅଟୋ ଚାଲାକ, ମହାନଗର ଝାଡୁ କର୍ମଚାରି ପ୍ରମୁଖ ଙ୍କୁ ମିଶାଇ ପ୍ରାୟ 150 ଅଭିଭାବକ ଚି଼ହ୍ନଟ କରାଯାଇଥିଲା l

ଆସନ୍ତା କାଲି ସଖାଳୁ ମଧ୍ୟ ଖଣ୍ଡଗିରି, ତାପରେ ସବୁ ଠାରେ ଏହି ଶିକ୍ଷା ଅଧିକାର ଯାତ୍ରl କରାଯିବ ଓ ପ୍ରତ୍ୟେକ ଦିନ ସଖାଳୁ ଏହି ଭଳି ଚାଲିବ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଅଶୋକ ପଟନାୟକ, ଶିକ୍ଷା ଅଧିକାର ଅଭିଭାବକ ସଙ୍ଘର ଆବାହକ ଶ୍ରୀମତୀ କଳ୍ପନା ସାହୁ, ସମ୍ପାଦକ ପ୍ରଦୀପ ରାଉତ, ମିଲ୍ଲୀ ସାହୁ, ଅନୁକୂଳ ସାହୁ, ବନ୍ଦନା ବାରିକ, ସୋମୁଦତ ପଣ୍ଡା, ପ୍ରୀତି ମହାନ୍ତି, ମୌନବତୀ, ଛବି ବେହେରା, କୁନି ପ୍ରଧାନ, ନାରାୟଣ ବେହେରା, ପ୍ରକାଶ ସାହୁ, ଜି ସୁନିତା, ଦୁଃଶାସନ ମହାଳିକ, ଜଗନ୍ନାଥ ଦାଶ, ମାଳବିକା, ସୁବ୍ରତ ସାହୁ, ଅଜିତ ଦିଗଗଲ ଓ ସାମୁଏଲ ଦିଗଗଲଙ୍କ ସହ 200 ରୁ ଉର୍ଦ୍ଧ ଅଭିଭାବକ ନେତା ଯୋଗଦେଇ ଥିଲେ l

Exit mobile version