ବାରଙ୍ଗ ଥାନା ଏ ଏସ ଆଇ ଅଶୋକ ପ୍ରଧାନଙ୍କ ଆତ୍ମହତ୍ୟା

୧୮ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ :- କଟକ ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ – କମିଶନରେଟ ପୋଲିସ ବାରଙ୍ଗ ଥାନାରେ କାର୍ଯ୍ୟରତ ଏଏସ ଆଇ ଅଶୋକ ପ୍ରଧାନଙ୍କ ଗତକାଲି ରାତିରେ, ନନ୍ଦନକାନନ ଥାନା ପଦାସାହି ବାସଭବନରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ପୋଲିସ ଏନେଇ ଘଟଣାର ତଦନ୍ତ ଚଳାଇଛି । ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। କଟକ ବଡ଼ ଡ଼ାକ୍ତର ଖାନାରେ ମୃତ ଦେହ ବ୍ୟବଛେଦ ପାଇଁ ପଠାଯାଇଛି ।

Exit mobile version