ପଞ୍ଚାୟତ ପ୍ରତିନିଧିଙ୍କ ଲିଙ୍ଗଗତ ବୈଷମ୍ୟ ଦୂରୀକରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ତାଲିମ

୧୮ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :- ଗଜପତି ଜିଲାର ଆର,ଉଦୟଗିରି ବ୍ଲକ କାଯ୍ୟଳୟ ସଭାରେ ଗୃହ ଠାର ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ନେଇ ଆଜି ଓଡ଼ିଶା ଜିବିକା ମିଶନ, ମିଶନ ଶକ୍ତି ବିଭାଗ ତରଫରୁ ପଞ୍ଚାୟତ ରେ କାର୍ଯ୍ୟରତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ନେଇ ଲିଙ୍ଗଗତ ବୈଷ୍ୟମ ଦୁରୀକରଣ ସମ୍ଵନ୍ଧୀୟ ତାଲିମ୍ ପ୍ରଦାନ କରାଯାଈଥିଲା । ଏହି ତାଲିମ୍ ରେ ରାଜ୍ଯ, ଜିଲ୍ଲା ରୁ ତାଲିମ୍ ଦାତା ମାନେ ଉପସ୍ଥିତ ରହି ତାଲିମ୍ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ୍ ଲକ୍ଷ୍ମିନାୟଣ ଶବର, ବ୍ଲକ ଉନ୍ନୟନ ଅଧିକାରୀ ଲାରିମନ ଖାରସେଲ , ଜିଲ୍ଲାପରିଷଦ ସଭ୍ୟା ଜମୁନା ଦଳବେହେରା, ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ପିସିଆଇ ବିଭାଗ ମନୋଜ କୁମାର ସାହୁ, ଶିବାନୀ ପାଣିଗ୍ରହି , ଓଡିଶା ଜୀବିକା ମିଶନର ଭାରପ୍ରାପ୍ତ ଅଧିକାରୀ ରଜନୀକାନ୍ତ ପଣ୍ଡା, BTC ପ୍ରଦୀପ କୁମାର ସାମଲ , ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ଏହା ସହ ପ୍ରତ୍ୟକ ପଞ୍ଚାୟତ ରେ ଜେଣ୍ଡର ପଏଣ୍ଟ ଗଠନ କରି ଏହାକୁ କିପରି ସୂଚାରୁ ରୂପେ କାର୍ଯ୍ୟକାରୀ କରିହେବ ତାକୁ ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

 

Exit mobile version