ସମନ୍ୱିତ ପାଠଶାଳାରେ କମଳ ବଣ୍ଟନ

୧୮ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ :- କଟକ ପ୍ରତିନିଧି ଆମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- ରାୟଗଡା ଜିଲ୍ଲା ଦୁଦୁଲି ପଞ୍ଚାୟତ ପାର୍ବତୀ ନଗରରେ ଥିବା ସମନ୍ୱିତ ପାଠଶାଳାରେ ରବିବାର ଦିନ , କଟକ ସଦର କାଜିପାଟଣା ଗ୍ରାମରେ ଥିବା , ଇଞ୍ଜିନିୟର ଅଭିଷେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ, ପାଠଶାଳାର ଛାତ୍ରୀ ମାନଙ୍କୁ ଶୀତବସ୍ତ୍ର କମଳ ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକନିଧି ରାଜ୍ୟ ସଂଯୋଜିକା , ସୁଶ୍ରୀ ସନ୍ଧ୍ୟାରାଣୀ ମଲ୍ଲିକ ପ୍ରଦୀପ ପ୍ରଜୋଳନ କରି ଆୟୋଜିତ ଉସ୍ଚବରେ ଅଧ୍ୟକ୍ଷତା କରିଥିଲେ । ଅଭିଷେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଅଧ୍ୟକ୍ଷ ବିଜୟ କୁମାର ପାଲ, ଅନୁଷ୍ଠାନର ଭାରପ୍ରାପ୍ତ ଅଧିକାରୀ ପ୍ରକାଶ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଲେଙ୍କା ଇଂଞ୍ଜିନିୟର ଅଭିଷେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ଆଭିମୁଖ୍ୟ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ପ୍ରଦ୍ୟୁମ୍ନ କୁମାର ବେହେରା,ବ୍ରହ୍ମାନନ୍ଦ ସେନାପତି , ବୈଦ୍ୟନାଥ ସାହୁ , ରାଜ କିଶୋର ପରିଡ଼ା ,କିଶୋର ଚନ୍ଦ୍ର ପ୍ରଧାନ, ସୁଧାକର ସ୍ୱାଇଁ , ସୁରେନ୍ଦ୍ର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସମନ୍ୱିତ ପାଠଶାଳାର ପ୍ରଧାନ ଶିକ୍ଷୟିତ୍ରୀ ଲିଲିମା ନନ୍ଦ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଠଶାଳାର ୱ।ଡେନ ଶିକ୍ଷୟିତ୍ରୀ ଅହଲ୍ୟା ନାଥଙ୍କ ସମେତ ସମସ୍ତ କର୍ମକର୍ତ୍ତା ଛାତ୍ରୀ ସହଯୋଗ କରିଥିଲେ ।

Exit mobile version