୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ ସଦର :- ୪୨ ମୌଜା ଥାନା,ଦଧିବାମନପୁର ସ୍ଥିତ ଇଂରାଜୀ ମାଧ୍ୟମିକ ସି.ବି.ଏସ.ଇ. ବିଦ୍ୟାଳୟ ଏ. କେ.ବିଦ୍ଯାମନ୍ଦିରରେ ବିଜ୍ଞାନ, ଖାଦ୍ୟ, ପରିବେଶ ଓ ଗଣିତ ମେଳା ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବକୁ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ମାର୍ଗ ଦର୍ଶକ ଡ଼ଃ ଅନିରୁଦ୍ଧ ଖିଲ୍ଲାର ଓ ବିଦ୍ୟାଳୟର ଚେୟାର ମ୍ୟାନ ଡ଼ଃ ଚନ୍ଦନା ବେହେରା ଉଦଘାଟନ କରିଥିଲେ l
ମୁଖ୍ୟ ଅତିଥି ଭାବରେ ଡଃ ଖିଲାର ବିଜ୍ଞାନ ଜୟଯାତ୍ରା ବିଷୟରେ ନିଜର ଅଭିଭାଷଣ ଦେବା ସହ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ପ୍ରଚେଷ୍ଟାକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର କୋମଳମତି ବିଦ୍ୟାର୍ଥୀ ମାନେ 50 ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ କରିବା ସହିତ, ମେଳାକୁ ବୁଲି ଦେଖୁଥିବା ଅଭିଭାବକ ଓ ଦର୍ଶକମାନଙ୍କୁ ସୁନ୍ଦର ଉପସ୍ଥାପନା କରୁଥିବାର ପ୍ରୟାସ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଶାସକ ଶ୍ରୀ କ୍ଷେତ୍ରମୋହନ ସେନାପତିଙ୍କ ତତ୍ୱାବଧାନରେ ଶ୍ରୀମତୀ ଅଳକାନନ୍ଦ ମହାପାତ୍ର, ଶ୍ରୀ ବିକାଶ କୁମାର ପାତ୍ର, ଶ୍ରୀ ସୂର୍ଯ୍ୟନାରାୟଣ ଦାଶ, ଶ୍ରୀ ପ୍ରଦୀପ କୁମାର ବସ୍ତିଆ, କୁମାରୀ ବନଜ୍ୟୋତ୍ସ୍ନା ମହାରଣା, ବନିତା ଜେନା,ଶ୍ରୀମତୀ କେ ଉଷା, ଶ୍ରୀମତୀ ତନୁଜା ସିଂ, ଶ୍ରୀମତୀ ମମତା ଦାସ, କୁମାରୀ ଶୁଭଶ୍ରୀ ମହାନ୍ତି, ଭକ୍ତିଲତା ରାଉତ ଓ ଶ୍ରୀମତୀ ଇତିଶ୍ରୀ ଦାଶ ପ୍ରଭୃତି ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

