ବ୍ଳକ ସ୍ତରୀୟ କ୍ରିଡା ପ୍ରତିଯୋଗିତା

୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ବାବା ସାହେବ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆଗଡ ବ୍ଲକ ସ୍ତରୀୟ ଚଳିତ ବର୍ଷର କ୍ରିଡ଼ା ପ୍ରତିଯୋଗିତା ଅତି ଉତ୍ସାହ ର ସହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଳକ୍ ଶିକ୍ଷା ଅଧିକାରୀଙ୍କ ତତ୍ବାବଧାନରେ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଏହି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନରଞ୍ଜନ ନାୟକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରପ୍ତ ଅଧକ୍ଷ ସନ୍ତୋଷ କୁମାର ପାତ୍ର ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ନୟନ ମଣ୍ଡଳ ଯୋଗଦେଇ ପ୍ରଦୀପ ପ୍ରଜଳ୍ବନ କରି ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ବଡପଦା ସମିତି ସଭ୍ୟ ମନୁଏଲ ଛିଞ୍ଚାଣି ଯୋଗଦେଇଥିଲେ । ମୂଖ୍ୟ ବକ୍ତା ଭବେ ଅତିରିକ୍ତ ଶିକ୍ଷାଧିକାରୀ ଲିଙ୍ଗରାଜ ଜାର୍ଜୀ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ନୂଆଗଡ ବ୍ଲକ୍ ର ୧୯ ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୧୫ ଟି ବିଦ୍ୟାଳୟର ପ୍ରାୟ ୫୦୦ ଟି ପିଲା ଅଂଶଗ୍ରହଣ କରିଥିଲେ। ଖେଳ ମଧ୍ୟରେ କବାଡି, ଖୋକୋ, ଭଲି, ଫୁଟବଲ, ଆଥଲେଟିକ,ୟୋଗା ଆଦି ବିଭିନ୍ନ ଖେଳ ପ୍ରତିଯୋଗିତା ହୋଇଥିଲା । ବଡପଦା ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଦୁଷ୍ମନ୍ତ କୁମାର ମହନ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରିଥିବା ବେଳେ ନୂଆଗଡ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ହରେକୃଷ୍ଣ ମହନ୍ତ, କେରେଡାଙ୍ଗୋ ହାଇସ୍କୁଲ ରୁ ସୌମ୍ୟ ରଞ୍ଜନ ମଲ୍ଲିକ, ଟାଙ୍ଗିଲି ହାଇସ୍କୁଲ ରୁ ବ୍ରଜ ବନ୍ଧୁ ପରିଡ଼ା, ସରଳାପଦର ଏ ଓ ଭି ବିଦ୍ୟାଳୟର ଦୀପକ କୁମାର ଜେନା ପିଲାଙ୍କ ଦକ୍ଷତା କୁ ପାଥେୟ କରି ମନୋନୀତ କରିଥିଲେ । ମନୋନୀତ ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା ରେ ଭାଗନେବେ । ଏହି ଅବସରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

 

 

Exit mobile version