୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚାହାଳି ସରକାରୀ ଜନଶକ୍ତି ଉଚ୍ଚ ବିଦ୍ୟାଳୟ ରେ ୨୭ ତମ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ମଣ୍ତଳ ସ୍ତରୀୟ ବିଜ୍ଞାନ ମେଳା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ ଯୋଗଦେଇ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ଅଶ୍ଵିନୀ ଆଚାର୍ଯ୍ୟ ,ବି ଆର୍ ସି ସି ଜ୍ୟୋତ୍ସ୍ନାରାଣୀ ସେଠୀ ପ୍ରମୁଖ ଯୋଗଦେଇଥିଲେ।ମଞ୍ଚ ପରିଚାଳନା କରିଥିଲେ ସଂପଡ଼ା ଚିନ୍ତାମଣି ବିଦ୍ୟାପୀଠ ର ବିଜ୍ଞାନ ଶିକ୍ଷକ ବିନାୟକ ପରିଡ଼ା।ନୂଆଗାଁ ବ୍ଲକ୍ ରେ ଥିବା ବିଭିନ୍ନ ବିଦ୍ୟାଳୟରୁ ସିନିଅର, ଜୁନିଅର ଏବଂ ସବ ଜୁନିଅର ବିଭାଗରେ ୮୮ ଟି ବିଜ୍ଞାନ ପ୍ରକଳ୍ପ ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ମେଳା କୁ ନେଇ ଆସିଥିଲେ ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ପ୍ରତିମା ଦଳ ବେହେରା,ଯୁବ ବୈଜ୍ଞାନିକ ରମେଶ ଚନ୍ଦ୍ର ବିଶ୍ବାଳ,ବିଜ୍ଞାନ ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ଷଡ଼ଙ୍ଗୀ,ବି ଆର୍ ସି ସି ଜ୍ୟୋସ୍ନାରାଣୀ ସେଠୀ ପ୍ରମୁଖ ଯୋଗ ଦେଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ୧୨ ଟି ପ୍ରକଳ୍ପ ର ଛାତ୍ର ଛାତ୍ରୀ ଏବଂ କୁଇଜ୍ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।

