ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର, ଦୁଇ ଆହତ

୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ୍ ଭୂର୍ଟିଗଡ ପଞ୍ଚାୟତ ପୂଜୁଗୁଡ଼ା ଗ୍ରାମ କମର୍ଦ୍ଧା ସେକ୍ସନର ପୂଜୁଗୁଡା ଗାଁରେ ବିଳମ୍ବିତ ରାତିରେ ଧାନ ଖଳାରେ ଶୋଇଥିବା ସମୟରେ ଜଣେ ବୃଦ୍ଧାଙ୍କୁ ଜଙ୍ଗଲି ହାତୀ ଶୁଣ୍ଢରେ ଟେକି ଫିଙ୍କି ଦେଇ ପାଦରେ ଦଳି ଚକଟି ଦେଇଥିବାରୁ ଘଟଣା ସ୍ଥଳରେ ଖଗେଶ୍ୱର ଗଉଡ଼ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଧାନ ଖଳାରେ ଚନ୍ଦନ ଗଉଡ଼ ଓ ବିଭୂ ଗଉଡ଼ ଚାରି ବର୍ଷର ନାବାଳକ ମଧ୍ଯ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ସେହିପରି ରାଜେନ୍ଦ୍ର ଓ ମନୋଜ ମଧ୍ଯ ଖଳାରେ ଶୋଇଥିବା ବେଳେ ଆହତ ହୋଇଛନ୍ତି। ପ୍ରଥମେ ନର୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁତର ମାନଙ୍କୁ ଆଣି ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରାଯାଇଛି। ନର୍ଲା ଥାନାରେ ଏକ ୟୁଡି କେସ ୧୬ରେ ମାମଲା ରୁଜୁ କରାଯାଇଛି। ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ୍ ସିକେର କୂପା ଫାଣ୍ଡି ଅଧିକାରୀ ସୁବାସ ଗୁରୁ କମର୍ଦ୍ଧା ବନପାଲ ନବୀନ ମାଝୀ, ନର୍ଲା ବନପାଲ ଭବାନୀ ନାଏକ, ସିକେର କୂପା ବନପାଲ ଗିରିଧାରୀ ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତଜାରି ରଖିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିବାର ଲୋକ ଉପଯୁକ୍ତ ସହାୟତା ରାଶି ପ୍ରଦାନ ଦାବିରେ ଶବ ବ୍ୟବଚ୍ଛେଦ କରି ନ ଥିବା ଜଣାପଡିଛି।

Exit mobile version