୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ )ଆର.ଉଦୟଗିରି :- ଆର,ଉଦୟଗିରି ବ୍ଲକ ଛେଳିଗଡ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକର ବିଭିନ୍ନ ସ୍ଥାନରୁ ଆସିଥିବା ୧୫ଟି ସ୍ବୟଂ ସହୟିକା ଗୋଷ୍ଠୀଙ୍କୁ ବିଦ୍ୟୁତ ଚାଳିତ ମକା ମଞ୍ଜି ଛଡା ଯନ୍ତ୍ରପାତି ପାରଳାଖେମଣ୍ଡି ସହାୟତାରେ ମିଶନ ଜୀବିକା କାର୍ଯ୍ୟକ୍ରମ ଜରିଆରେ ମାଗଣାରେ ବଣ୍ଟନ କରାଯାଇଛି । ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ଆର.ଉଦୟଗିରି ବ୍ଲକର ଚାଷୀ ମାନେ ଅର୍ଥକାରି ଫସଲ ଭାବେ ମୁଖ୍ୟତଃ ମକା ଚାଷ କରିଆସୁଛନ୍ତି । 
ଏହି ଯନ୍ତ୍ରପାତି ବ୍ୟବହାର କରି ନିଜ ସ୍ବାବଲମୀ ବୋଲି କହିଛନ୍ତି ବିଭାଗୀୟ ପ୍ରକଳ୍ପ ନିଦ୍ଦେଶକ ଫାଲଗୁନି ମାଝି। ଛେଳିଗଡ ପଞ୍ଚାୟତ ସରପଞ୍ଚ ସନ୍ତୋଷୀ ପାଇକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଜଗବନ୍ଧୁ ଦାଶ, ଜିଲ୍ଲାପରିଷଦ ସଭ୍ୟା ଜମୁନା ଦଳବେହେରା ପ୍ରମୁଖ ସମେତ ପିଏ ଆଇଟିଡିଏ ମିଶନ ଜୀବିକା ପ୍ରକଳ୍ପ ପିରିଚାଳକ ଅଧିକାରୀ ଗୌତମ ସ୍ବାଇଁ ଏବଂ ଓଡିଶା ଜିବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ରଜନୀ କାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

