ବଡଦିନ ପାଳନ ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ବାଲିଗୁଡା :-  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରର ଆଡିଟରିୟମ ହଲରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ବଡଦିନ ନିମନ୍ତେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ତହସିଲଦାର ଭଞ୍ଜନ କହଁର, ଉପଖଣ୍ଡ ପୋଲିସ ଅଧିକାରୀ ଡି.ତିରୁପତି ରାଓ ପଟ୍ଟନାୟକ ଓ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ବଡଦିନ ପାଳନ ଉପରେ ଗୁରୁତ୍ବ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ପ୍ରଶାନ୍ତ କୁମାର ଦାସ, ଆଇଯାକ ଦିଗାଲ, ପୁର୍ବତନ ସରପଞ୍ଚ ଜମେସ ପ୍ରଧାନ, ଅବଦୁଲ ବାରୀ, ଏମ ଡି ଆଲମାସ୍, ଆମୋଦ ନାୟକ, ଅଭିରାମ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ବଡଦିନ ପର୍ବ କୁ କିପରି ଶାନ୍ତି ଓ ଶୃଙ୍ଖଳାର ସହ ପାଳନ କରାଯିବ ସେ ନେଇ ନିଷ୍ପତ୍ତି ନିଆ ଯାଇଥିଲା ।

Exit mobile version